Odiapua.com

ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ଉଚ୍ଛେଦ ମାମଲା : ବିରୋଧ ଆବେଦନ ସୁପ୍ରିମ କୋର୍ଟରେ ଖାରଜ

ନୂଆ ଦିଲ୍ଲୀ ୨୭-୮ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୭୫ ମିଟର ପରିଧି ଭିତରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଉଛି। ଏହି ପ୍ରକ୍ରିୟାର ଆରମ୍ଭ ହୋଇଯାଇଛି। ପ୍ରଥମେ ମେଘନାଦ ପ୍ରାଚୀର ସଲଗ୍ନ ନିର୍ମାଣକୁ ଉଚ୍ଛେଦ କରାଯାଇଥିଲା। ଏହାପରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପ ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଉଛି। ପରେ ଏମାର ମଠ ଓ ଆଖଡ଼ା ମଠ ଉଚ୍ଛେଦ କରାଯିବ।
ଇତି ମଧ୍ୟରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପାଚେରୀ ଚାରିପଟୁ ଉଚ୍ଛେଦ ମାମଲା ବିରୋଧରେ ଦୁଇଟି ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସେପ୍ଟେମ୍ବର ୧୭ରେ ପରବର୍ତ୍ତି ଶୁଣାଣି ହେବ। ଏହି ଉଚ୍ଛେଦକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟକୁ ଯାଇଥିଲେ ୨ଟି ପକ୍ଷ। ଆଇନ ଅନୁଯାୟୀ ଉଚ୍ଛେଦ ହେଉଥିବା ଆଟର୍ଣ୍ଣି ଜେନେରାଲ ତାଙ୍କର ମତ ଦେଇଛନ୍ତି।

ତେବେ ମେଘନାଦ ପାଚେରି ଚତୁଃପାର୍ଶ୍ଵର ବିଭିନ୍ନ ମଠ ଉଚ୍ଛେଦ ପ୍ରକ୍ରିୟାରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହାକୁ ୮ ଜଣ ମାଜିଷ୍ଟ୍ରେଟ ତଦାରଖ କରୁଛନ୍ତି ଏବଂ ୪ଟି ବୁଲଡୋଜର ନିୟୋଜିତ ହୋଇଛି। କୌଣସି ଅପ୍ରିତିକର ପରିସ୍ଥିତି ନସୃଷ୍ଟି ହେବାପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।