ନୂଆଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ନିର୍ଭୟା ମାମଲାରେ ନ୍ୟାୟରେ ହେଉଥିବା ବିଳମ୍ବ ଏବଂ ଦୋଷୀମାନଙ୍କ ଦ୍ୱାରା ପ୍ରୟୋଗ କରାଯାଉଥିବା ବିଭିନ୍ନ କୌଶଳ ମଧ୍ୟରେ ସୁପ୍ରୀମ କୋର୍ଟ ପାଶୀ ଦଣ୍ଡ ପାଇଁ ଗାଇଡଲାଇନ୍ସ ସ୍ଥିର କରିଛନ୍ତି। ଏହି ମାମଲାକୁ ନେଇକରି କେନ୍ଦ୍ର ସରକାର କୋର୍ଟ ଯାଇଥିଲେ। ଏଥିରେ ଦାବି କରାଯାଇଥିଲା କି ଦଣ୍ଡ ଦେବା ପାଇଁ ଗାଇଡଲାଇନ୍ସ ସ୍ଥିର କରାଯାଉ। ଏବେ ସୁପ୍ରୀମ କୋର୍ଟ ଯେଉଁ ଗାଇଡଲାଇନ୍ସ ଜାରୀ କରିଛନ୍ତି।
ଏହି ଗାଇଡଲାଇନ୍ସ ଅନୁସାରେ, ‘ଯଦି ହାଇକୋର୍ଟ କାହାକୁ ମୃତ୍ୟୁ ଦଣ୍ଡ ଦେବାକୁ ପୁଷ୍ଟି କରିବେ ଏବଂ ସୁପ୍ରୀମ କୋର୍ଟରେ ତାହାର ଅପିଲ ଉପରେ ଶୁଣାଣି ପାଇଁ ସୁପ୍ରୀମ କୋର୍ଟ ସହମତି ପ୍ରଦାନ କରିବେ ତେବେ ସେହି ମାମଲାକୁ ୬ ମାସ ଭିତରେ ତିନି ଜଣିଆ ବିଚାରପତିଙ୍କର ଖଣ୍ଡପୀଠରେ ଶୁଣାଣି ପାଇଁ ସୂଚୀବଦ୍ଧ କରାଯିବ।’
ଉଚ୍ଚତମ ନ୍ୟାୟାଳୟ, ଏହିପରି ମାମଲାଗୁଡ଼ିକରେ ମୃତ୍ୟୁ ଦଣ୍ଡ ବିରୁଦ୍ଧରେ ଅପୀଲ ପାଇଁ ଉଚ୍ଚ ନ୍ୟାୟାଲୟର ନିଷ୍ପତିର ତାରିଖର ଛଅ ମାସରେ ସମୟ ସୀମା ସ୍ଥିର ହେବ।
ମାମଲା ସୁପ୍ରୀମ କୋର୍ଟରେ ଶୁଣାଣି ପାଇଁ ସୂଚୀବଦ୍ଧ ହେବା ପରେ, ସୁପ୍ରୀମ କୋର୍ଟ ରେଜିଷ୍ଟ୍ରୀ, ଏହି ସମ୍ବନ୍ଧରେ ମୃତ୍ୟୁଦଣ୍ଡ ଶୁଣାଇଥିବା କୋର୍ଟକୁ ଏହାର ସୂଚନା ଦେବେ।
ଏହାର’ ୬୦ ଦିନ ଭିତରେ କେସ ସମ୍ବନ୍ଧୀତ ସମସ୍ତ ରେକର୍ଡ଼ ସୁପ୍ରୀମ କୋର୍ଟକୁ ପଠାଯିବ କିମ୍ବା ଯେଉଁ ସମୟ କୋର୍ଟ ସ୍ଥିର କରିବେ ତା’ର ପାଳନ ହେବ।
ସର୍କୁଲାରରେ କୁହାଯାଇଛି କି କୋର୍ଟର ଅବକାଶ ଦେଲେ, ରେଜିଷ୍ଟ୍ରୀ ଏହି ସମ୍ବନ୍ଧରେ ସୂଚନା ପ୍ରାପ୍ତ ହେବାର ୩୦ ଦିନ ଭିତରେ ଅତିରିକ୍ତ କାଗଜପତ୍ର ଦାଖଲ କରି ପାରିବେ। ଯଦି ଏହି ସମ୍ବନ୍ଧରେ କୌଣସି ଅତିରିକ୍ତ କାଗଜପତ୍ର କିମ୍ବା ସ୍ଥାନୀୟ ଭାଷାର କାଗଜପତ୍ରର ଅନୁବାଦ ଦେବାକୁ ପଡ଼େ ତେବେ ତାହା ମଧ୍ୟ ଦିଆଯିବ। ରେଜିଷ୍ଟ୍ରୀ ପକ୍ଷକାରମାନଙ୍କୁ ଅତିରିକ୍ତ କାଗଜପତ୍ର ପାଇଁ ୩୦ ଦିନର ସମୟ ଦେଇପାରିବେ। ଯଦି ନିଶ୍ଚିତ ସମୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରୁନାହିଁ ତେବେ ଏହି ମାମଲାରେ ରେଜିଷ୍ଟ୍ରାରଙ୍କ ନିକଟରେ ନୁହେଁ, ଜଜଙ୍କର ଚାମ୍ବରରେ ସୂଚୀବଦ୍ଧ କରାଯିବ ଏବଂ ପୁନଃ ଜଜ ଆଦେଶ ଜାରୀ କରିବେ।
କ୍ରମାଗତଭାବେ ଘୁଞ୍ଚୁଛି ଫାଶୀ ତାରିଖ:
ସୂଚନାଯୋଗ୍ୟଯେ, ନିର୍ଭୟା ମାମଲାରେ ଫାଶୀଦଣ୍ଡ ପାଇଥିବା ଚାରି ଦୋଷୀ କ୍ରମାଗତଭାବେ ପାଶୀ ଦଣ୍ଡକୁ ଘୁଞ୍ଚାଇବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଆପଣାଉଛନ୍ତି। ତଳ କୋର୍ଟ ୩୧ ଜାନୁଆରୀରେ ଆସନ୍ତା ଆଦେଶ ପର୍ଯ୍ୟନ୍ତ ଚାରି ଦୋଷୀ ମୁକେଶ କୁମାର ସିଂହ, ପବନ ଗୁପ୍ତା, ବିନୟ କୁମାର ଶର୍ମା ଏବଂ ଅକ୍ଷୟ କୁମାରକୁ ପାଶୀ ଦେବା ଉପରେ ରୋକ ଲଗାଇଥିଲେ। ଏହି ଚାରି ଦୋଷୀ ଏବେ ତିହାଡ଼ ଜେଲରେ ବନ୍ଦ ଅଛନ୍ତି।
ଦିଲ୍ଲୀର କୋର୍ଟ ଗୁରୁବାରଦିନ ନିର୍ଭୟାକୁ ଦୁଷ୍କର୍ମ ମାମଲାରେ ଡେଥ ୱାରେଣ୍ଟ ଜାରୀ କରିବାର ଯାଚିକା ଉପରେ ଶୁଣାଣି ୧୭ ଫେବୃଆରି ପର୍ଯ୍ୟନ୍ତ ପାଇଁ ସ୍ଥଗିତ କରିଦେଇଥିଲେ। କୋର୍ଟ ମାନିଛନ୍ତି କି ଦୋଷୀଙ୍କୁ ନିଜର ସମସ୍ତ ଆଇନ ଅନୁଯାୟୀ ଅଧିକାରକୁ ଉପଯୋଗ କରିବାର ଅଧିକାର ଅଛି ଏବଂ ତାଙ୍କର ମୌଳିକ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ।
ଏହା ବ୍ୟତୀତ କୋର୍ଟ ଗୁରୁବାରଦିନ ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଓକିଲ ରବି କାଜୀଙ୍କୁ ଦୋଷିମାନଙ୍କ ମଧ୍ୟରୁ ପବନ ଗୁପ୍ତାଙ୍କ ତରଫରୁ ପ୍ରତିନିଧିତ୍ବ କରିବା ପାଇଁ ନିଯୁକ୍ତ କରିଛନ୍ତି। ଚାରି ଦୋଷିଙ୍କ ମଧ୍ୟରୁ କେବଳ ପବନ ପାଖରେ ହିଁ ସୁଧାରାତ୍ମକ ଏବଂ ଦୟା ଯାଚିକାର ବିକଳ୍ପ ବଞ୍ଚିଛି।
ଉଲ୍ଲେଖନୀୟଯେ, ରାଷ୍ଟ୍ରୀୟ ରାଜଧାନୀର ବସନ୍ତ ବିହାର ନାମକ ସ୍ଥାନରେ ୧୬ ଡିସେମ୍ବର, ୨୦୧୨ ରାତିରେ ୨୩ ବର୍ଷର ପାରାମେଡିକାଲ ଛାତ୍ରୀ ନିର୍ଭୟା ସହିତ ଚଳନ୍ତା ବସରେ ବହୁତ ବର୍ବରତାର ସହିତ ଗଣ ଦୁଷ୍କର୍ମ କରାଯାଇଥିଲା। ଏହି ଜଘନ୍ୟ ଘଟଣାରେ ପୀଡ଼ିତାକୁ ଚିକିତ୍ସା ପାଇଁ ସରକାର ସିଙ୍ଗାପୁର ନେଇଥିଲେ ଯେଉଁଠାରେ ଚିକିତ୍ସା ସମୟରେ ନିର୍ଭୟାର ମୃତ୍ୟୁ ହୋଇଥିଲା।
ଏହି ମାମଲାରେ ଦିଲ୍ଲୀ ପୁଲିସ ବସ ଚାଲକ ସହିତ ଛଅଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ଥିଲା। ଏହି ମାମଲାରେ ନାବାଳକକୁ ତିନି ବର୍ଷ ପର୍ଯ୍ୟନ୍ତ ସୁଧାର ଗୃହରେ ରଖିବା ପରେ ଛାଡ଼ିଦିଆଗଲା। ଆଉ ଜଣେ ଦୋଷୀ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିଲା। ଫାଷ୍ଟ ଟ୍ରାକ କୋର୍ଟ ଏହି ମାମଲାରେ ଚାରିଜଣ ଅଭିଯୁକ୍ତ ପବନ, ଅକ୍ଷୟ, ବିନୟ ଏବଂ ମୁକେଶକୁ ଦୋଷୀ ମାନି ପାଶୀ ଦଣ୍ଡ ଶୁଣାଇ ଥିଲେ। ଫାଷ୍ଟ ଟ୍ରାକ କୋର୍ଟର ଏହି ନିଷ୍ପତିକୁ ହାଇକୋର୍ଟ ଏବଂ ସୁପ୍ରୀମ କୋର୍ଟ ମଧ୍ୟ ଅପରିବର୍ତ୍ତିତ ରଖିଥିଲେ।