Odiapua.com

୨୮ ସେପ୍ଟେମ୍ବରକୁ ବଢ଼ିଲା ଲୋନ ମୋରାଟୋରିୟମ ଅବଧି

– ବ୍ୟାଙ୍କଗୁଡିକ କୌଣସି ଋଣକୁ NPA ଭାବରେ ଘୋଷଣା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରୀମ କୋର୍ଟ।
– ପୂର୍ବ ଋଣ ପରିଶୋଧପାଇଁ କୋହଳ ସମୟସୀମା ଅଗଷ୍ଟ ୩୧ ରେ ଶେଷ ହେଉଥିଲା
ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଋଣ ପରିଶୋଧ କରିବା ଉପରେ ଦିଆଯାଇଥିବା କୋହଳ ସମୟ ମଧ୍ୟରେ ସୁଧ ଆଦାୟ ନକରିବା କିମ୍ବା ଋଣଗ୍ରହୀତାଙ୍କ କ୍ରେଡିଟ ମୂଲ୍ୟାୟନ କିମ୍ବା ସମ୍ପତ୍ତି ବର୍ଗୀକରଣକୁ ହ୍ରାସ ନକରିବାକୁ ଏହି ଆବେଦନ ଉପରେ ବିଚାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଏହାସହ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ), ଅନ୍ୟ ଋଣଦାତାଙ୍କ ସହ ପରାମର୍ଶ କରିବାକୁ ଏବଂ ଉଠାଯାଇଥିବା ସମସ୍ତ ପ୍ରସଙ୍ଗରେ ଠୋସ୍ ନିଷ୍ପତ୍ତି ନେବାକୁ ସରକାରଙ୍କୁ କହିଛନ୍ତି।

ଋଣ ନେଇଥିବା ବ୍ୟକ୍ତି ସମୂହଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ରାଜୀବ ଦତ୍ତ କୋର୍ଟଙ୍କୁ କହିଛନ୍ତି ଯେ ଋଣ ମାମଲାରେ ଚକ୍ରବର୍ତ୍ତି ସୁଧ ଆଦାୟ କରାଯାଉଛି। ସେ କହିଛନ୍ତି, “ରିଲିଫ୍ କେଉଁଠାରେ ମିଲିଲା। ଋଣକୁ ପୁନଃ ରିଷ୍ଟ୍ରକ୍ଚର କରାଯାଉଛି, ଯାହା ପୂର୍ବରୁ କରାଯାଇଥାନ୍ତା।”

“ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ସେମାନଙ୍କର ଦୁଃଖ କାରଣରୁ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି, ଅନେକ ଲୋକ ସେମାନଙ୍କର ରୋଜଗାରର ଉତ୍ସ ହରାଇଛନ୍ତି। କେନ୍ଦ୍ର ସରକାର ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ, ମୋରାଟୋରିୟମ ପ୍ରସଙ୍ଗରେ ରିଲିଫ୍ ନିଷ୍ପତ୍ତି ନେବା ଏବଂ ସୁଧ ଉପରେ ସୁଧ ଛାଡିବା ପ୍ରସଙ୍ଗ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି ଓକିଲ କହିଛନ୍ତି।”