Odiapua.com

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୁଦ୍ଧରେ କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କର ଅଭିଯୋଗ ମାମଲା ସୁପ୍ରୀମ କୋର୍ଟରେ ଖାରଜ

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କର ଅଭିଯୋଗ ମାମଲା ସୁପ୍ରୀମ କୋର୍ଟରେ ଖାରଜ ହୋଇଯାଇଛି। କଂଗ୍ରେସକୁ ସୁପ୍ରୀମ କୋର୍ଟରେ ପୁଣି ଏକ ଝଟକା ଲାଗିଛି। କଂଗ୍ରେସ ସାଂସଦ ସୁସ୍ମିତା ଦେବ ଦ୍ଵାରା ଦାଖଲ ଯାଚିକା ଉପରେ କୌଣସି ମଧ୍ୟ ଆଦେଶ ଦେବାକୁ ସୁପ୍ରୀମ କୋର୍ଟ ମନା କରି ଦେଇଛନ୍ତି। ଗତ ଦିନରେ ସୁସ୍ମିତା ଦେବ ନିଜ ଯାଚିକାରେ ସୁପ୍ରୀମ କୋର୍ଟରେ ନିର୍ବାଚନ ଆୟୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୁଦ୍ଧରେ ତାଙ୍କର ଘୃଣାଷ୍ପଦ ଭାଷଣ ପାଇଁ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେବାକୁ ମାଙ୍ଗ କରିଥିଲେ। କଂଗ୍ରେସ କହିଥିଲାଯେ, ଏହିପରି ଭାଷଣ ଆଚାର ସଂହିତାଙ୍କର ଉଲ୍ଲଂଘନ ଅଟେ। ସୁସ୍ମିତା ଦେବ ମଙ୍ଗଳବାରଦିନ ସୁପ୍ରୀମ କୋର୍ଟରେ ହଲଫନାମା ଦାଖଲ କରିଥିଲେ। ଏହି ହଲଫନାମାରେ କଂଗ୍ରେସ ସାଂସଦ କହିଥିଲେ କି ପ୍ରତିବାଦୀ ନିର୍ବାଚନ ଆୟୋଗ ଏହା କହିବାକୁ ବିଫଳ ହେଉଛନ୍ତି କି ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ଦ୍ଵାରା ଦ୍ଵାରା ଦିଆଯାଉଥିବା କଥିତ ହେଟ ସ୍ପିଚ ରିପ୍ରଜେଣ୍ଟେସନ ଅଫ ପିପୁଲ ଆକ୍ଟ -୧୯୫୧ ର ଧାରା-୧୨୩କ ଅନୁଯାୟୀ ‘ଭ୍ରଷ୍ଟ ଆଚରଣ’ ଅଟେ। କଂଗ୍ରେସ ସାଂସଦ ସୁସ୍ମିତା ଦେବ ଚିକା ଦାଖଲ କରି ସୁପ୍ରୀମ କୋର୍ଟରେ ଉପରୋକ୍ତ ଦୁଇ ନେତାଙ୍କ ବିରୁଦ୍ଧରେ ହେଟ ସ୍ପିଚ କୁ ନେଇକରି ଦିଆଯାଇଥିବା ଅଭିଯୋଗ ଉପରେ ବିନା କୌଣସି ଚାପରେ ନିର୍ଣ୍ଣୟ ନେବା ପାଇଁ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେବାକୁ ମାଙ୍ଗ କରିଥିଲେ। ସାଂସଦଙ୍କର ଅଭିଯୋଗ ଥିଲା କି ମୋଦୀ ଏବଂ ଶାହ ଘୃଣା ପ୍ରସାରଣ କରିବା ଭଳି ଭାଷଣ ଦେଉଛନ୍ତି ଏବଂ ରାଜନୈତିକ ପ୍ରଚାର ପାଇଁ ସେନାର ବ୍ୟବହାର କରୁଛନ୍ତି। ଏହା ନିର୍ବାଚନ ଆଚାର ସଂହିତାର ଉଲ୍ଲଂଘନ ଅଟେ। ଯାଚିକା ଜରିଆରେ ଦେବଙ୍କ ତରଫରୁ ଅଭିଯୋଗ ଲଗାଇଥିଲେ କି ଦୁଇ ଭାରତୀୟ ଜନତା ପାର୍ଟିର ନେତା ଅନେକ ଥର ଆଚାର ସଂହିତାର ଉଲ୍ଲଂଘନ କରିଛନ୍ତି। ନିର୍ବାଚନ ଆୟୋଗ କଂଗ୍ରେସ ତରଫରୁ ଏହି ବିଷୟରେ ୯ ଟି ଅଭିଯୋଗ ଦେଇଥିଲା। ଯାଚିକାରେ ଏହି ମଧ୍ୟ ଅଭିଯୋଗ ଗୁଡ଼ିକ ମଧ୍ୟ ଲଗାଇଯାଥିଲା।