Odiapua.com

ରାଜନୀତିରେ ପ୍ରବେଶ କରିବେ ରଜନୀକାନ୍ତ, ଜାଣନ୍ତୁ ନୂଆ ଦଳର ନାମ ଏବଂ ନିର୍ବାଚନ ଚିହ୍ନ

ନୂଆ ଦିଲ୍ଲୀ ୧୫-୧୨ (ଓଡ଼ିଆ ପୁଅ) ଆଉ ଦୁଇ ସପ୍ତାହ ମଧ୍ୟରେ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ରାଜନୈତିକ ଦଳ ଘୋଷଣା କରି ସକ୍ରିୟ ରାଜନୀତିରେ ପାଦ ଥାପିବେ। ତାମିଲନାଡୁ ଏବଂ ରାଜ୍ୟ ରାଜନୀତିରେ ଚାରିଆଡେ ଏକ ବଡ଼ ସସପେନ୍ସ ଥିବାବେଳେ ଥାଲାଇଭର ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ସୂତ୍ର ଅନୁଯାୟୀ, ରଜନୀଙ୍କର ରାଜନୈତିକ ଦଳର ନାମ ହେବ ମକ୍କାଲ ସେବାଇ କରଚି ଏବଂ ଏକ ‘ଅଟୋ ରିକ୍ସା’ ଦଳର ନିର୍ବାଚନ ଚିହ୍ନ ହେବାର ସମ୍ଭାବନା ରହିଛି। ସ୍ଥାନୀୟ ସୂତ୍ରଅନୁଯାୟୀ, ସାଧାରଣ ନିର୍ବାଚନ ଟିହ୍ନ ପାଇଁ ମକ୍କଲ ସେବାଇ କରଚି (ଏମଏସକେ) ପକ୍ଷରୁ ନିର୍ବାଚନ ଆୟୋଗ (ଇସିଆଇ)କୁ ଏକ ଆବେଦନ ପତ୍ର ଦିଆଯାଇଛି।