Odiapua.com

୫ଟି ରାଜ୍ୟ ରେ ଟାକ୍ସ ଫ୍ରି ହେଲା ହ୍ରିତିକଙ୍କ ‘ସୁପର ୩୦’

ମୁମ୍ବାଇ, ୨୪/୭, (ଓଡିଆ ପୁଅ/ପଙ୍କଜିନୀ ନାୟକ): ଦ୍ବିତୀୟ ସପ୍ତାହ ରେ ଦର୍ଶକ ଙ୍କ ମଧ୍ୟ ରେ ରାଜ କରୁଛି ହ୍ରିତିକ ରୋଶନଙ୍କ ‘ସୁପର ୩୦’। ତେବେ ଫିଲ୍ମ ପାଇଁ ଖୁସି କଥା ଏହା ଯେ, କେତେକ ରାଜ୍ୟ ରେ ଏହାକୁ ଟାକ୍ସ ଫ୍ରି କରି ଦିଆଯାଇଛି। ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ ପରେ ଗୁଜରାଟ ଓ ଦିଲ୍ଲୀରେ ଏହାକୁ ଟାକ୍ସ ଫ୍ରି କରାଯାଇଛି।

ବୁଧବାର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିମୋଦିୟା ଓ ମଙ୍ଗଳବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଏହାକୁ ଟାକ୍ସ ଫ୍ରି ଘୋଷିତ କରିଛନ୍ତି। ଏଥିପାଇଁ ହ୍ରିତିକ ଡେପୁଟି ସିଏମ ମନିଷ ସିମୋଦିୟାଙ୍କୁ ଧନ୍ୟବାଦ ଦେଇଛନ୍ତି।