ପୂଜାର୍ଚ୍ଚନା ସହ ଦାୟିତ୍ୱ ଗ୍ରହଣ କଲେ ସୁବାସ ଚୌହାନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଭାବରେ ସୁବାସ ଚୌହାନ ଗୁରୁବାର ଦିନ ଆନୁଷ୍ଠାନିକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପରିଷଦର କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ସହ ସୁବାସ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ରାଜ୍ୟ ଯୋଜନା ଏବଂ ସମନ୍ୱୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ଥିଲେ।ଏହା ପୂର୍ବରୁ ସୁବାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇବା ସହ ତାଙ୍କ ଆଶୀର୍ବାଦ କାମନା କରିସାରିଛନ୍ତି।//ଦେବଦତ୍ତ