Odiapua.com

ଶଙ୍କରାଚାର୍ଯ୍ୟଙ୍କ ଠାରୁ ପରାମର୍ଶ ନେବେ ସୁବାସ ଚୌହାନ!

ଭୁବନେଶ୍ୱର:ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ପରାମର୍ଶ ଗ୍ରହଣ କରିବେ ବିଜେପି ନେତା ସୁବାସ ଚୌହାନ।ଅପ୍ରତ୍ୟାଶିତ ଭାବରେ ବରଗଡ଼ ଆସନ ପାଇଁ ଟିକେଟ କଟିଯିବା ପରେ ଗଭୀର ମାନସିକ ଆଘାତ ଭିତରେ ଅଛନ୍ତି ସୁବାସ ଚୌହାନ।ତେବେ ସେ ତାଙ୍କର ଆଗାମୀ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପୁରୀ ଗୋବର୍ଦ୍ଧନ ପୀଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରି ପରାମର୍ଶ ନେବେ।ସୂଚନାଯୋଗ୍ୟ ଯେ ସଂଘ (ଆରଏସଏସ) ପୃଷ୍ଠଭୂମିରୁ ଆସିଥିବା ସୁବାସ ଚୌହାନ ଜଣେ ପ୍ରଚାରକ।ସେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ଦାୟିତ୍ୱରେ ରହି ସାରିଛନ୍ତି।ସେ ଜଣେ ପ୍ରଖର ହିନ୍ଦୁବାଦୀ,ରାଷ୍ଟ୍ରବାଦୀ ଦୃଢ଼ ସଙ୍ଗଠକ।ମଠ, ମନ୍ଦିର, ମହନ୍ତ, ସାଧୁସନ୍ଥ ଆଦିଙ୍କ ସଂପର୍କରେ ସେ ରହି ଆସିଛନ୍ତି।ତେଣୁ ସଂପ୍ରତି ପରିସ୍ଥିତିକୁ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ,ସେ ଆଗାମୀ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।//ଦେବଦତ୍ତ