Odiapua.com

ସୁବାସ ଚୌହାନଙ୍କର ନିରାକାରପୁର ଗସ୍ତ

ଖୋର୍ଦ୍ଧା:ରାଜ୍ୟ ବିଜେପିର ବରିଷ୍ଠ ନେତା ସୁବାସ ଚୌହାନ ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗସ୍ତରେ ଯାଇ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପାଦୂକାଇ ପୀଠରେ ଚାଲିଥିବା ସପ୍ତସତୀ ମହାଚଣ୍ଡୀ ମହାଯଜ୍ଞ ଦର୍ଶନ କରିଥିଲେ।ଏହାପରେ ସେ ନିରାକାରପୁର ଶ୍ରୀରାମ ଦୟା ପରିଷଦ,ରାମ ମନ୍ଦିରରେ ବସି ସ୍ଥାନୀୟ କାର୍ଯ୍ୟକର୍ତ୍ତା,ଶୁଭେଛୁ ଏବଂ ରାମଦୟା ପରିଷଦ କମିଟି ସହ ଆଲୋଚନା କରିଥିଲେ।ଏଥିରେ ରାମ ଦୟା ପରିଷଦ ସମ୍ପାଦକ ଗଙ୍ଗାଧର ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ସୁବାସ ଚୌହାନ ଆସି ପହଁଚିବା ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ରଜନୀକାନ୍ତ ଜଗଦ୍ଦେବ,କ୍ଷେତ୍ରିୟ ଖଣ୍ଡାୟତ କଳ୍କୀ ସେନା ରାଜ୍ୟ ସଭାପତି ଯୋଗୀ ବଳୀୟାରସିଂହ, ମଣ୍ଡଳ ସଭାପତି ସାଗର ବାରିକ,ବୁଲୁ ତ୍ରିପାଠୀ,ପବିତ୍ର ମୋହନ ସାହୁ,ମନ୍ମଥ ରଞ୍ଜନ ବେହେରା,ଅଜୟ କୁମାର ପାଇକରାୟ,ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ।/ଦେବଦତ୍ତ