Odiapua.com

ଚେକିଂ ସମୟରେ ଦୁର୍ଘଟଣା : ପୋଲିସ ଅଧିକାରୀ ମୃତ

ବାରିପଦା ୧୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ଧରିବା ପାଇଁ ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ତକତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ନିକଟରେ ଚେକିଂ ଚାଲିଥିବା ସମୟରେ ଦ୍ରୁତ ଗତିରେ ପଲସର ଗାଡ଼ିରେ ଆସୁଥିବା ଜଣେ ଚାଳକ ବର୍ତ୍ତବ୍ୟରତ ଜଣେ ପୋଲିସ ସବଇନିସପେକ୍ଟରଙ୍କୁ ଧକ୍କା ଦେଇଥିଲା। ଗୁରୁତର ଭାବେ ଆହତ ସବ ଇନିସପେକ୍ଟର ଦୟାନିଧି ଦାସଙ୍କୁ ଚିକିତ୍ସା ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତି କରାଯାଇଥିଲା। ତେବେ ଦୁର୍ଘଟଣା ଘଟାଇ ଥିବା ବାଇକ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଛି। ଚିକିତ୍ସା ସମୟରେ ଦୟାନିଧିଙ୍କ ମୃତ୍ୟୁ ହୋଇଥିବାର ଥିବାର ସୂଚନା ମିଳିଛି।