Odiapua.com

ଇସ୍ପାତ ପୁଞ୍ଜ

ନୂଆ ଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଦେଶରେ ଇସ୍ପାତ ପୁଞ୍ଜର ବିକାଶ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏକ ଚିଠା ନୀତି ପ୍ରସ୍ତୁତ କରିଛି। ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି। ଏହି ଇସ୍ପାତ ପୁଞ୍ଜ ଦେଶକୁ ଆତ୍ମନିର୍ଭର କରିବା ସହ ବିଶେଷକରି ପୂର୍ବ ଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ। ଇସ୍ପାତ ମନ୍ତ୍ରଣାଳୟର ପୂର୍ବୋଦୟ ନୀତିର ଅଂଶ ବିଶେଷ ଭାବେ ଏହି ଇସ୍ପାତ ପୁଞ୍ଜଗୁଡିକ ଦେଶର ପୂର୍ବଭାଗ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା କରାଯିବ। କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଲୋକସଭାକୁ ଏହା ଜଣାଇଛନ୍ତି।