Odiapua.com

ମହାକାଶରୁ ଷ୍ପଷ୍ଟ ଦୃଶ୍ୟମାନ ହେଉଛି ଷ୍ଟାଚ୍ୟୁ ଅଫ ୟୁନିଟି!

ନୂଆଦିଲ୍ଲୀ:ଗୁଜୁରାଟରେ ନର୍ମଦା ନଦୀ ଉପରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିକୁ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ବୋଲି କୁହାଯାଉଛି।ଏହି ପ୍ରତିମୂର୍ତ୍ତିଟିର ଉଚ୍ଚତା ପ୍ରାୟ ୧୮୨ ମିଟର।ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।କାରଣ ଏହି ମୂର୍ତ୍ତିଟି ମହାକାଶରୁ ସ୍ପଷ୍ଟଭାବେ ଦୃଶ୍ୟମାନ ହେଉଛି।ଏହାର ଏକ ସାଟେଲାଇଟ ଫଟୋ ଆମେରିକୀୟ ସଂସ୍ଥା ପ୍ଲାନେଟ୍‌ ଡଟ କମ ପକ୍ଷରୁ ଜାରି କରାଯାଇଛି।ଚିତ୍ରରେ ଷ୍ଟାଚ୍ୟୁ ଅଫ ୟୁନିଟି ସ୍ପଷ୍ଟ ଭାବରେ ଦେଖାଯାଉଛି।/ଦେବଦତ୍ତ