Odiapua.com

ଭୁବନେଶ୍ୱର, ଭଦ୍ରକ୍ ଟାଉନ୍ ଆଜି ରାତି ୮ ଟାରୁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ରହିବ

ଭୁବନେଶ୍ୱର, ୩-୪ (ଓଡ଼ିଆ ପୁଅ) : କରୋନାଭାଇରସ୍ (COVID-୧୯) ର ସଂପ୍ରସାରଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଜି ଭୁବନେଶ୍ୱର ଏବଂ ଭଦ୍ରକ୍ ଟାଉନ୍ କୁ (ଶୁକ୍ରବାର) ରାତି ୮ ଟାରୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଶଟ୍ ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ଏହି ୨ ସହରରେ ରବିବାର ରାତି ୮ଟା ଯାଏ ସମ୍ପୂର୍ଣ୍ଣ ସଟ୍‌ଡାଉନ ରହିବ। ୪୮ ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ବନ୍ଦ ରହିବ, ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସଟ୍‌ଡାଉନ ବେଳେ କାମ କରିବନି ଲକ୍‌ଡାଉନ ପାସ୍‌, ମାଲ୍‌ ପରିବହନରେ କୌଣସି କଟକଣା ରହିବ ନାହିଁ। ବୋଲି ଡିଜିପି କହିଛନ୍ତି।

ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରେ ରାଜ୍ୟ ସରକାର ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି। ଏ ନେଇ ଶଟ୍ ଡାଉନ୍ ଘୋଷଣା କରାଯାଇଛି। ସୂଚନାଯୋଗ୍ୟଯେ, ପଞ୍ଚମ କରୋନା ଆକ୍ରାନ୍ତଙ୍କର ବିଦେଶ ଗସ୍ତ ଇତିହାସ ନାହିଁ ସେ ମଧ୍ୟ ଅନ୍ୟ କୌଣସି ରାଜ୍ୟକୁ ଯାଇ ନଥିଲେ। ତେଣୁ କ’ଣ ପାଇଁ ସେ ଆକ୍ରାନ୍ତ ହୋଇଛନ୍ତି ତା’ ସଂପୂର୍ଣ୍ଣ ଅନୁସନ୍ଧାନ କରିବା ପାଇଁ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ପ୍ରଦାନ କରାଯାଇଥିବା ସମସ୍ତ ପୁରୁଣା ପାସ୍ ରଦ୍ଦ କରାଯିବ ଓ ଜରୁରୀ ସେବା ପାଇଁ ସ୍ୱତନ୍ତ୍ର ପାସ୍ ମିଳିବ।