Odiapua.com

ଗୋ- ହତ୍ୟା ହେବ ନିଷେଧ: ଜାଣନ୍ତୁ; କେଉଁଠି ଆଉ କେବେ?

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଗୋ- ହତ୍ୟାକୁ ଖୁବ ଶୀଘ୍ର ନିଷେଧ କରାଯାଇ ପାରେ। ଶ୍ରୀଲଙ୍କାର ଶାସକ ଦଳ ଶ୍ରୀଲଙ୍କା ପୋଦୁଜାନା ପେରମୁନା (ଏସଏଲପିପି) ଏହାର ଗୋଟିଏ ସଭାରେ ଗୋ- ବଧ ଉପରେ ପ୍ରତିବନ୍ଧ ଲଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି। ପାର୍ଟି ପ୍ରସ୍ତାବରେ ସାରା ଦେଶରେ ଗୋ- ବଧ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି। ତେବେ ଗୋ- ମାଂସ ଆମଦାନୀ କରିବାକୁ ଅନୁମତି ରହିବ। ଏସଏଲପିପି ସଂସଦୀୟ ଗୋଷ୍ଠୀ ବୈଠକରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଏହି ବିଷୟରେ ଚର୍ଚ୍ଚା ଆଲୋଚନା କରିଛନ୍ତି। ଗଣମାଧ୍ୟମ ମନ୍ତ୍ରୀ ତଥା କ୍ୟାବିନେଟ ମୁଖପାତ୍ର କାହେଲିଆ ରାମ୍ବୁକୱେଲା କହିଛନ୍ତି ଯେ SLPP ସଂସଦୀୟ ଗୋଷ୍ଠୀ ବୈଠକରେ ଯୋଗ ଦେଇଥିବା ସମସ୍ତ ଏସଏଲପିପି ସାଂସଦ ଏହି ପ୍ରସ୍ତାବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଏବଂ ସହମତ ହୋଇଛନ୍ତି।

ପ୍ରସ୍ତାବ ଖୁବ ଶୀଘ୍ର କ୍ୟାବିନେଟ ସମ୍ମୁଖରେ ରଖାଯିବ –
କାହେଲିୟା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ତରଫରୁ କୌଣସି ଅଧିକାରୀକ ପ୍ରସ୍ତାବ ଦାଖଲ କରାଯାଇ ନାହିଁ। କିନ୍ତୁ, ସେ ଖୁବ ଶୀଘ୍ର ଏହି ପ୍ରସ୍ତାବ ଉପରେ ଅଗ୍ରସର ହେବେ। କେତେବେଳେ ଏବଂ କିପରି କ୍ୟାବିନେଟ୍ ଆନୁଷ୍ଠାନିକ ଭାବେ ଗୋ- ହତ୍ୟାକୁ ନିଷେଧ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରିବେ ତାହା ପ୍ରଧାନମନ୍ତ୍ରୀ ସ୍ଥିର କରିବେ। ଯଦି ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଏବଂ କାର୍ଯ୍ୟକାରୀ କରେ ତେବେ ସରକାର କେବଳ ମାଂସ ଆମଦାନୀ କରିବେ। ଚିକେନ୍, ମଟନ୍ ଏବଂ ଅନ୍ୟାନ୍ୟ ପ୍ରକାରର ମାଂସ ଉପରେ କୌଣସି ପ୍ରତିବନ୍ଧ ରହିବ ନାହିଁ। /- ଦେବଦତ୍ତ ରଥ