ନୂଆଦିଲ୍ଲୀ: ବିବାଦୀୟ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ପୁଣି ବିବାଦରେ। ନିଜକୁ ପ୍ରଚାର ଭିତରେ ରଖିବା ପାଇଁ ସେ ଜାଣିଶୁଣି ବିବାଦ ସୃଷ୍ଟି କରୁଥିବା ଅନୁଭବ ହେଉଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଉନ୍ନାଓର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗର ଜେଲରୁ ମୁକ୍ତି ପାଇଥିବା ନେଇ ଅଲକା ଲାମ୍ବା ଏକ ମିଛ ଟ୍ୱିଟ୍ କରିଥିଲେ। ଏଥିରେ ସେ କୁଲଦୀପ ଜେଲରୁ ମୁକ୍ତି ପାଇଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସାଂସଦ ସାକ୍ଷୀ ମହାରାଜଙ୍କ ସମେତ ହାଇକୋର୍ଟ ଜଜଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଲେଖିଥିଲେ। ତେବେ କୁଲଦୀପଙ୍କ ଜେଲରୁ ମୁକ୍ତି ନେଇ ଭୁଲ୍ ଟ୍ୱିଟ୍ କରିଥିବା ଯୋଗୁଁ କୁଲଦୀପଙ୍କ ଝିଅ ଅଳକା ଲମ୍ବାଙ୍କ ନାମରେ ଥାନାରେ ଏକ ଅଭିଯୋଗ କରିଥିଲେ। ତାଙ୍କ ପରିବାର ଏହି ମାମଲାରେ କୌଣସି ଜାମିନ ଆବେଦନ କରି ନାହାଁନ୍ତି, ଏବଂ ଜେଲରୁ ମୁକ୍ତି ପାଇଥିବା ବ୍ୟକ୍ତି ଜଣଙ୍କ ଅନ୍ୟ କେହି ଜଣେ। ଅଳକାଙ୍କ ଭୁଲ୍ ଟ୍ୱିଟ୍ ଯୋଗୁଁ ତାଙ୍କ ଉପରେ ଏବଂ ତାଙ୍କ ଭଉଣୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଛି ବୋଲି କୂଳଦୀପଙ୍କ ଝିଅ ଅଭିଯୋଗ କରିଥିଲେ। ଏହାପରେ ଅଳକା ଲାମ୍ବାଙ୍କୁ ଟ୍ୱିଟରରେ ଖୁବ୍ ଟ୍ରୋଲ୍ କରାଯିବା ସହିତ ତାଙ୍କୁ ଗିରଫ କରିବାକୁ ଏକ ଟ୍ରେଣ୍ଡ୍ ଚାଲିଲା।
https://twitter.com/LambaAlka/status/1264626530363125761?s=19