Odiapua.com

ଦେଶରେ ୬୮, ୮୯୮ ନୂଆ କରୋନା ଆକ୍ରାନ୍ତ, ୯୮୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୫୪, ୮୪୯ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୮, ୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୮୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୦୫, ୮୨୪ କୁ ବୃଦ୍ଧି ପାଇଛି ଏବଂ ୬, ୯୨, ୦୨୮ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୨୧, ୫୮, ୯୪୭ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୫୪, ୮୪୯ କୁ ବୃଦ୍ଧି ପାଇଛି।