Odiapua.com

ଦେଶରେ ୬୪, ୫୫୩ ନୂଆ କରୋନା ଆକ୍ରାନ୍ତ, ୧୦୦୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୮, ୦୪୦ କୁ ବୃଦ୍ଧି

ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୪, ୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୧୦୦୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪, ୬୧, ୧୯୧ କୁ ବୃଦ୍ଧି ପାଇଛି ଏବଂ ୬, ୬୧, ୫୯୫ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୭, ୫୧, ୫୫୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୮, ୦୪୦ କୁ ବୃଦ୍ଧି ପାଇଛି।