Odiapua.com

ହରିଦ୍ୱାର କୁମ୍ଭ ମେଲା : ପୁରୀରୁ ଋଷିକେଶ ସ୍ୱତନ୍ତ୍ର ଟ୍ରେନ୍, ଜାନୁଆରୀ ୨୭ ରୁ ଆରମ୍ଭ ହେବ ସେବା

ନୂଆଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ହରିଦ୍ୱାର କୁମ୍ଭ ମେଲାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ପୁରୀରୁ ଋଷିକେଶ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି। ୦୮୪୭୭/୦୮୪୭୮ ସ୍ୱତନ୍ତ୍ର ଟ୍ରେନ୍ ଓଡିଶା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ କୁମ୍ଭ ମେଲାରେ ପହଞ୍ଚାଇବାରେ ସହାୟତା କରିବ।

ଏହି ସ୍ୱତନ୍ତ୍ର ଟ୍ରେନ୍ ୨୭ ଜାନୁୟାରୀରୁ ୩୦ ଏପ୍ରିଲ୍ ଅପରାହ୍ନ ୦୮.୪୫ ରେ ପୁରୀ ଛାଡିବ। ତୃତୀୟ ଦିନରେ ଋଷିକେଶରେ ରାତି ୦୯.୫୦ ରେ ପହଞ୍ଚିବ। ସେହିପରି ଜାନୁଆରୀ ୩୦ ରୁ ୦୫.୩୫ ରେ ଋଷିକେଶରୁ ବାହାରି ତୃତୀୟ ଦିନ ସକାଳ ୦୩.୨୫ ରେ ପୁରୀରେ ପହଞ୍ଚିବ।

ଏହି ଟ୍ରେନଟି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ, ଭଦ୍ରକ, ସୋରୋ, ବାଲେଶ୍ୱର, ଜଳେଶ୍ୱର, ହିଜଲି, ଚକୁଳିଆ, ଘଟଶିଲା, ଟାଟାନଗର, ସିନି, ରାଜଖରସୱାନ, ଚକ୍ରଧରପୁର, ମନୋହରପୁର, ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା, ରାୟଗଡ଼,ଖରସିଆ, ଶକ୍ତି, ବୁଢ଼ାର, ଚାପା, ଜାଞ୍ଜଗିର ନୈଲା, ଅକଲତରା, ବିଲାଶପୁର, ପେଣ୍ଡ୍ରା ରୋଡ୍, ଅନୁପପୁର, ଅମଲାଇ, ବୁରହାର, ଶାହଦୋଲ, ବିର ଶହପୁର, ଉମରିଆ, କଟନି, ମୁରୱାରା, ଦମୋହ, ସାଗର, ଖୁରାଇ, ମାଲଖେଡି, ଲଲିତପୁର, ଝାଂସୀ, ଦତିଆ, ଡବ୍ରା, ଗୱାଲିୟର, ଆଗ୍ରା କ୍ୟାଣ୍ଟ, ରାଜା କି ମଣ୍ଡି, ମଥୁରା, କୋସି କଲାନ୍, ଫରିଦାବାଦ, ହଜରତ ନିଜାମୁଦ୍ଦିନ, ଗାଜିଆବାଦ, ମିରଟ ସିଟି, ମିରୁଟ କ୍ୟାଣ୍ଟନମେଣ୍ଟ, ସାକାଉଟି ଟଣ୍ଡା, ମୁଜାଫରନଗର, ଦେଓବନ୍ଦ, ଟପ୍ରି, ରୁର୍କି, ହରିଦ୍ୱାର, ମୋଟିପୁର, ରାଇୱାଲା ଏବଂ ବିରଭଦ୍ର ହଲ୍ଟ ଷ୍ଟେସନରେ ରହଣୀ କରି ଯାତାୟାତ କରିବ।