Odiapua.com

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁଶାର୍ରଫଙ୍କୁ ଫାଶୀଦଣ୍ଡ

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରବେଜ ମୁଶାର୍ରଫଙ୍କୁ ଦେଶଦ୍ରୋହ ମାମଲାରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି କୋର୍ଟ। ଇସ୍ଲାମାବାଦର ସ୍ପେଶାଲ କୋର୍ଟ ମୁଶର୍ଫଙ୍କୁ ପାଶୀ ଦଣ୍ଡ ଶୁଣାଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ମୁଶର୍ରଫଙ୍କ ଉପରେ ଅଭିଯୋଗ ଥିଲା କି ୨୦୦୭ ରେ ପାକିସ୍ତାନରେ ଏମରଜେନ୍ସି ଲଗାଇଥିଲେ। ୭୬ ବର୍ଷୀୟ ମୁଶାର୍ରଫ ଚିକିତ୍ସା ପାଇଁ ଦୁବାଇରେ ଯାଇଥିଲେ। ଏହା ପରେ ସେ ସୁରକ୍ଷା ଏବଂ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ପାକିସ୍ତାନ ଫେରି ନାହାଁନ୍ତି। ପାକିସ୍ତାନ ପିଏମଏଲ-ଏନ ସରକାର ତାଙ୍କ ବିରୁଦ୍ଧରେ ବର୍ଷ ୨୦୧୩ ରେ ଏହି ମାମଲା ରୁଜୁ କରିଥିଲେ। ଏହା ପୂର୍ବରୁ ତିନି ଜଣେ ବିଚାରପତିଙ୍କର ବେଂଚ ନିଜର ବୟାନରେ କହିଥିଲେ କି ଦେଶଦ୍ରୋହ ମାମଲାରେ ମୁଶାର୍ରଫଙ୍କ ବିରୁଦ୍ଧରେ ୧୭ ଡିସେମ୍ବର କୁ ଫଇସଲା ଶୁଣାଇ ଦିଆଯିବ।

 

ଗତ ସପ୍ତାହରେ ବିଶେଷ କୋର୍ଟ ୭୬ ବର୍ଷୀୟ ମୁଶାର୍ରଫଙ୍କୁ ଦେଶଦ୍ରୋହ ମାମଲାରେ ପାଞ୍ଚ ଡିସେମ୍ବରରେ ବୟାନ ଦେବା ପାଇଁ କହିଥିଲେ। ଏହା ପରେ ମୁଶାର୍ରଫ ନିଜର ସମର୍ଥକଙ୍କ ପାଇଁ ସନ୍ଦେଶ ଜାରୀ କରି କହିଥିଲେ କି ବହୁତ ରୋଗଗ୍ରସ୍ତ ଅଛନ୍ତି ଏବଂ ଦେଶକୁ ଫେରି ବୟାନ ଦେଇ ପାରିବେ ନାହିଁ।

 

ପାକିସ୍ତାନ ମିଡ଼ିଆ ଖବର ଅନୁଯାୟୀ ମୁଶାର୍ରଫ ଅମିଲଅଇଡୋସିସ ରୋଗରେ ପୀଡ଼ିତ ଅଛନ୍ତି।