Odiapua.com

ତାଜାଖବର – କରୋନାଭାଇରସ ପ୍ରଭାବ: ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀର ରିଲିଜ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଛି। କରୋନା ଭାଇରସ୍ ର ବିସ୍ତାରକୁ ଲକ୍ଷରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିଛି। ଭାରତରେ କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ସକାଳେ ମିଳିଥିବା ସଦ୍ୟତମ ସୂଚନାଅନୁଯାୟୀ, ଦେଶର କରୋନା ରୋଗୀଙ୍କ ସଂଖ୍ୟା ୭୩ କୁ ବୃଦ୍ଧି ପାଇଛି। ଅନେକ ସ୍ଥାନରେ ସିନେମା ହଲ ବନ୍ଦ କରାଯାଇଛି କିମ୍ବା ବନ୍ଦ ପ୍ରକ୍ରିୟାରେ ଅଛି। ବିଦେଶରେ ମଧ୍ୟ ସିନେମା ବଜାର ପ୍ରଭାବିତ ହୋଇଛି। ହିନ୍ଦୀ ଚଳଚ୍ଚିତ୍ର ଆମ ଦେଶ ପରେ ଗଲ୍ଫ ଦେଶ, ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆରେ ସର୍ବାଧିକ ବ୍ୟବସାୟ କରିଥାଏ। ଏହି ଦେଶଗୁଡିକରେ, ପ୍ରେକ୍ଷାଳୟରେ ଦର୍ଶକଙ୍କ କ୍ରମାଗତ ହ୍ରାସ ହେଉଥିବା ଲକ୍ଷ ରଖି ଫିଲ୍ମର ନିର୍ମାତା ଏହାର ନୂତନ ରିଲିଜ୍ ତାରିଖ ପରେ ଘୋଷଣା କରିବୋ ବୋଲି କହିଛନ୍ତି।

https://twitter.com/odiapuanews/status/1238113477450813441

ଗତ ଦୁଇ ଦିନ ଧରି ରୋହିତ ଶେଟ୍ଟୀ ପିକ୍ଚର୍ସ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଗୁରୁବାର ସନ୍ଧ୍ୟାରେ ଫିଲ୍ମର ନିର୍ମାତା ସୂର୍ଯ୍ୟବଂଶୀର ରିଲିଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟଯେ, ସୂର୍ଯ୍ୟବଂଶୀ ରୋହିତ ଶେଟ୍ଟୀ କପ ୟୁନିଭର୍ସର ଏକ ଅଂଶ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଅପରପଟେ ସିମ୍ବାର ରଣବୀର ସିଂ ଏବଂ ସିଂଙ୍ଘମର ଅଜୟ ଦେବଗନ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବେ। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା। ଚାରି ମିନିଟର ଲମ୍ବା ଟ୍ରେଲରକୁ ଦର୍ଶକମାନେ ପ୍ରଶଂସା କରିଥିଲେ।