Odiapua.com

ପୁଣି ବିବାଦରେ ସୋନା ମହାପାତ୍ର

ଏଥର ‘ଆହେ ନୀଳ ଶୈଳ’କୁ ନେଇ ବିବାଦ
ଭୁବନେଶ୍ୱର;୧୮,ଜୁନ:(ଓଡ଼ିଆ ପୁଅ):ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର।ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ଭିନ୍ନ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଛନ୍ତି ସୋନା।ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି ତ’ କେତେକକୁ ଭିର୍ଣ୍ଣ ଶୈଳୀରେ ଉଚ୍ଚାରଣ କରିଛନ୍ତି।ଯେପରିକି ସାଲବେଗକୁ ସାଲେବେଗ,ମତ୍ତକୁ ମାତ୍ର,ଚରଣକୁ ଚରଣେ,ଶ୍ରୀଅଙ୍ଗକୁ ଛିରଙ୍ଗା ଆଦି ଭୁଲ ଉଚ୍ଚାରଣ କରିଛନ୍ତି।ସୂଚନା ଯୋଗ୍ୟ ଯେ ପୂର୍ବରୁ ପ୍ରସିଦ୍ଧ ସମ୍ବଲପୁରୀ ସଙ୍ଗୀତ “ରଙ୍ଗବତୀ”କୁ ଭୁଲ ଢଙ୍ଗରେ ଗାଇ ସୋନା ବିବାଦ ଘେରକୁ ଆସିଥିଲେ।