Odiapua.com

ବାଇକ୍ ବଡ଼, ବାପା ତୁଚ୍ଛ: ବାଇକ୍ ପାଇଁ ବାପାଙ୍କୁ ହତ୍ୟା କରିଦେଲା ପୁଅ!

ନୂଆଦିଲ୍ଲୀ: ବାଇକ୍ କିଣିବାକୁ ମନା କରିବାରୁ ବାପାଙ୍କୁ ହତ୍ୟା କରିଦେଲା ପୁଅ।ଏପରି ଏକ ଘଟଣା ଘଟିଛି ଆସାମର ଉଦାଲଗିରୀ ଜିଲ୍ଲା ରୋବତା ଥାନା ଅନ୍ତର୍ଗତ ଭାଲୁକମାଡ଼ି ଅଞ୍ଚଳରେ।ମୃତ ପିତାଙ୍କ ନାମ ନବରୁନ ନରଜାରୀ ବୋଲି ଜଣାପଡ଼ିଛି।ବାଇକ୍ କିଣିବା ପାଇଁ ପୁଅ ବାରମ୍ବାର କହି ଆସୁଥିଲା।କିନ୍ତୁ ନବରୁନ ସବୁବେଳେ ମନା କରି ଆସୁଥିଲେ।ଏବେ ବୁଧବାର ଦିନ ପୁଣି ବାଇକ୍ ପାଇଁ ଜିଦି କରି ବିଫଳ ହେବାରେ କ୍ରୋଧିତ ହୋଇ ବାପାଙ୍କୁ ଧାରୁଆ ଅସ୍ତ୍ରରେ ହାଣି କ୍ଷତାକ୍ତ କରିଦେଲା ପୁଅ।ଗୁରୁତ୍ୱର ଆହତ ନବରୁନଙ୍କୁ ଡାକ୍ତରଖାନାରେ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।//ଦେବଦତ୍ତ ରଥ