Odiapua.com

ରକ୍ଷକ ଭକ୍ଷକ ସାଜିଲେ ରାଜ୍ୟର ପରିସ୍ଥିତି କ’ଣ ହୁଏ ତାହା ପଶ୍ଚିମବଙ୍ଗର ଘଟଣାରୁ ସ୍ପଷ୍ଟ ଭାବରେ ବାରି ହେଇପଡ଼ୁଛି: ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା ପ୍ରତିବାଦରେ ଆଜି ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରୁଛି ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, “ରକ୍ଷକ ଭକ୍ଷକ ସାଜିଲେ ରାଜ୍ୟର ପରିସ୍ଥିତି କ’ଣ ହୁଏ ତାହା ପଶ୍ଚିମବଙ୍ଗର ଘଟଣାରୁ ସ୍ପଷ୍ଟ ଭାବରେ ବାରି ହେଇପଡ଼ୁଛି। ପଶ୍ଚିମବଙ୍ଗ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା +୨ ଛାତ୍ରୀ ସାସ୍ବତୀଙ୍କୁ ରାତାରାତି ଗଣଦୁଷ୍କର୍ମ କରିବା ସହିତ ବିଭତ୍ସ ଭାବରେ ହତ୍ୟା କରାଯାଇଛି। ଏଇଭଳି ନିରୀହ ଝିଅ ବୋହୂଙ୍କୁ ହତ୍ୟା କରିବା ଦ୍ୱାରା ମମତା ବାନାର୍ଜୀଙ୍କୁ ନିଜକୁ ଲଜ୍ଜା ଲାଗିବା କଥା ଯେ “ମା ମାଟି ମାନୁସ’ କଥା କହି ନିର୍ବାଚନ ଜିତିବା ପରେ ଏହା କେଉଁ ଭଳି ମା’ ଭଉଣୀ ମାନଙ୍କୁ ସମ୍ମାନ ଦେଉଛନ୍ତି।”