ନୂଆଦିଲ୍ଲୀ ୧୨-୧୧ (ଓଡ଼ିଆ ପୁଅ) : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କରୋନାରୁ ସୁସ୍ଥ ହୋଇଛନ୍ତି। ତାଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ଗତ ମାସର ୨୮ ତାରିଖ ଦିନ ସେ କରୋନାରେ ସଂକ୍ରମିତ ହୋଇଥିଲେ। ସେବେଠାରୁ ସେ କ୍ୟାରେଣ୍ଟିନରେ ଥିଲେ। ସେ ଆଜି ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି।
ତାଙ୍କ ଟ୍ୱିଟ୍ ରେ ସେ କହିଛନ୍ତିଯେ, ‘ମୋର କରୋନା ପରୀକ୍ଷା ହୋଇଥିଲା ଏବଂ ଏହା ନେଗେଟିଭ୍ ଆସିଛି। କରୋନାରୁ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ମୋର ଧନ୍ୟବାଦ।’