Odiapua.com

ଶ୍ରୀଲଙ୍କାରେ ସିରିଏଲ୍ ବୋମା ବିଷ୍ପୋରଣ: ୫୦ ମୃତ ୨୮୦ରୁ ଅଧିକ ଆହତ

କଲୋମ୍ବୋ ୨୧-୪ (ଓଡ଼ିଆ ପୁଅ) ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ସହିତ ଦେଶର ଅନେକ ସ୍ଥାନରେ ସିରିଏଲ୍ ବୋମା ବିଷ୍ପୋରଣର ଖବର ମିଳିଛି। ଶ୍ରୀଲଙ୍କାରେ ଈଷ୍ଟର ଦିନ ତିନୋଟି ଚର୍ଚ୍ଚ ଉପରେ ଆତଙ୍କୀ ଆକ୍ରମଣ ଏବଂ ବୋମା ବିଷ୍ପୋରଣ ହୋବା ସହିତ ପଞ୍ଚ ତାରକା ହୋଟେଲ ଏବଂ ଅନ୍ୟ ସ୍ଥାନରେ ବୋମାବିଷ୍ପୋରଣର ଖବର ମିଳିଚି। ଈଷ୍ଟର ପାଇଁ ବିଶେଷ ପ୍ରାର୍ଥନା ଚାଲୁଥିବା ସମୟରେ ଏହି ବିଷ୍ପୋରଣ ହୋଇଛି। ତେବେ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଥିବା ରିପୋର୍ଟରୁ ଜଣାପଡ଼ିଛି ଏବଂ ୨୮୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ମୁତାବିକ, ଖ୍ରୀଷ୍ଟଧର୍ମର ପବିତ୍ର ପର୍ବ ଈଷ୍ଟର ଦିନ ଆତଙ୍କବାଦୀମାନେ ଚର୍ଚ୍ଚକୁ ନଜର ରଖି ଏହି ଆକ୍ରମଣ କରିଛନ୍ତି। ଏକ ବିଷ୍ପୋରଣ କଲୋମ୍ବୋ ପୋର୍ଟର କୋଚିକଡେ ଚର୍ଚ୍ଚରେ ହୋଇଛି। ସେହିପରି ଦ୍ୱିତୀୟ ଆକ୍ରମଣ ପୁତ୍ତଲମ ନିକଟରେ ଥିବା ସେଣ୍ଟ ସବୈଷ୍ଟିଆନ୍ ଚର୍ଚ୍ଚ ଭିତରେ ହୋଇଛି। ଏହି ଆକ୍ରମଣରେ ଅନେକ ଲୋକ ହତାହତ ହେବାର ଖବର ଆସିଛି।