Odiapua.com

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା : ଏକାକୀ ପୁରୁଷ, ପିତାମାତାଙ୍କ ଦାୟିତ୍ତ୍ୱ ତୁଲାଉଥିବା ପୁରୁଷଙ୍କୁ ମିଳିବ ସନ୍ତାନ ଯତ୍ନପାଇଁ ଛୁଟି

ନୂଆଦିଲ୍ଲୀ ୨୬-୧୦ (ଓଡ଼ିଆ ପୁଅ) କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ସୋମବାର ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଏକାକୀ ପୁରୁଷ ପିତାମାତା ଭାବେ ଦାୟୀତ୍ତ୍ୱ ତୁଲାଉଥିବା ସରକାରୀ କର୍ମଚାରୀମାନେ ମଧ୍ୟ ଶିଶୁ ଯତ୍ନ ଛୁଟି ଉପଭୋଗ କରିପାରିବେ। ସେ କହିଛନ୍ତି – ଶିଶୁ ଯତ୍ନ ଛୁଟି ସୁବିଧା କେବଳ ଏପରି କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଏକାକୀ ପିତାମାତା ଦାୟୀତ୍ତ୍ୱ ତୁଲାଉଛନ୍ତି, ଅର୍ଥାତ୍ ଛାଡପତ୍ର ନେଇଥିବା ପୁରୁଷ, ପତ୍ନୀଙ୍କ ମୃତ୍ୟୁ ପରେ ଏକୁଟିଆ ରହୁଥିବା ଏବଂ ଅବିବାହିତ। ମନ୍ତ୍ରୀ ଏହି ନିଷ୍ପତ୍ତିକୁ ଅଦୃଶ୍ୟ ତଥା ପ୍ରଗତିଶୀଳ ସଂସ୍କାର ବୋଲି କହିଛନ୍ତି ଏବଂ ଏହା ସରକାରୀ କର୍ମଚାରୀଙ୍କୁ ବହୁତ ସୁବିଧା ଦେବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ସହ ଜଡିତ ନିର୍ଦ୍ଦେଶ କିଛି ସମୟ ପୂର୍ବରୁ ଦିଆଯାଇଥିଲା କିନ୍ତୁ କିଛି କାରଣ ହେତୁ ଏହା ସର୍ବସାଧାରଣଙ୍କ ନିକଟରେ ପହଞ୍ଚି ପାରି ନଥିଲା।