Odiapua.com

ଦେଶରେ ୫୩, ୬୦୧ ନୂଆ କରୋନା ଆକ୍ରାନ୍ତ, ୮୭୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୫, ୨୫୭ କୁ ବୃଦ୍ଧି

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୫୩, ୬୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨, ୬୮, ୬୭୬ କୁ ବୃଦ୍ଧି ପାଇଛି ଏବଂ ୬, ୩୯, ୯୨୯ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୫, ୮୩, ୪୯୦ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୫, ୨୫୭ କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ଭାରତରେ ୨୮.୨୧% ସକ୍ରିୟ ମାମଲା ରହିଛି, ୬୯.୮୦% ଆରୋଗ୍ୟ / ଡିସଚାର୍ଜ / ସ୍ଥାନାନ୍ତରିତ ଏବଂ ୧.୯୯% ମୃତ୍ୟୁ ହାର ରହିଛି ବୋଲି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି।picture