Odiapua.com

ଦେଶରେ ୪୮,୯୧୬ ନୂଆ କରୋନା ଆକ୍ରାନ୍ତ, ୭୫୭ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୩୧,୩୫୮ କୁ ବୃଦ୍ଧି

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୪୮,୯୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୭୫୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୮୬୧ କୁ ବୃଦ୍ଧି ପାଇଛି ଏବଂ ୪,୫୬,୦୭୧ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୮,୪୯,୪୩୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୧,୩୫୮ କୁ ବୃଦ୍ଧି ପାଇଛି।