Odiapua.com

ବିମାନକୁ ରେଷ୍ଟୁରାଣ୍ଟରେ ପରିଣତ କଲା ସିଂଙ୍ଗାପୁର ଏୟାରଲାଇନ୍ସ – ଅଧଘଣ୍ଟାରେ ସବୁ ଟିକେଟ ଶେଷ

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ଏବେ ଅନ୍ତରାଷ୍ଟ୍ରୀୟ ବିମାନସେବା ପ୍ରଭାବିତ ହୋଇଛି। ଦୁନିଆର ସୁଟାରୁ ବଡ଼ଏୟାର ଲାଇନ୍ସ ସିଙ୍ଗାପୁର ଏୟାରଲାଇନ୍ସ ଘୋଷଣା କରିଛି ଯେ, ଚାଙ୍ଗି ବିମାନବନ୍ଦରରେ ପାର୍କିଂ ହୋଇଥିବା ଦୁଇଟି ଏୟାରବସ୍ A380s ସୁପରଜୁମ୍ବୋକୁ ଅକ୍ଟୋବର 24 ଏବଂ 25 ରେ ଏକ ଅସ୍ଥାୟୀ ରେଷ୍ଟୁରାଣ୍ଟରେ ପରିଣତ କରୁଛି। ସୋମବାର ଏହା ଘୋଷଣା ହେବାର ମାତ୍ର ଅଧ ଘଣ୍ଟା ମଧ୍ୟରେ ସିଙ୍ଗାପୁର ଏୟାରଲାଇନ୍ସର ଏୟାରବସ୍ A380 ରେଷ୍ଟୁରାଣ୍ଟ ଟିକେଟ ସବୁ ବିକ୍ରି ହୋଇଯାଇଛି।

ସୂଚନାଯୋଗ୍ୟଯେ, ଇକୋନୋମି ସିଟ୍ ପାଇଁ ଟିକେଟ୍ SG $ 53 (US $ 40) ରୁ ଆରମ୍ଭ ଏବଂ ପ୍ରିମିୟମ୍ ଇକୋନୋମି ମୂଲ୍ୟ SG $ 96 (US $ 70) ହେବ। ସେହିଭଳି, ଏକ ବିଜନେସ୍ କ୍ଲାସ ଆସନ ପାଇଁ SG $ 321 (US $ 236) ଏବଂ ପ୍ରଥମ ଶ୍ରେଣୀ ସୁଟ୍ ର ମୂଲ୍ୟ $ 642 (US $ 473)। ରଖାଯାଇଥିଲା।

ସାମାଜିକ ଦୂରତା ନିୟମ ହେତୁ, A380 ର ପ୍ରତ୍ୟେକ ସିଟ୍ ପୂରଣ ନକରି ମଝିରେ ଗୋଟିଏ ଗୋଟିଏ ଆସନ ଖାଲି ରଖାଯାଇଛି। ଅବଶ୍ୟ, ଗୋଟିଏ ପରିବାରର ଲୋକଙ୍କୁ ପାଖ ସିଟ୍ ପ୍ରଦାନ କରୁଛି।

କିଛି ଅର୍ଥ ସଂଗ୍ରହ କରିବା ପାଇଁ ସିଙ୍ଗାପୁର ଏୟାରଲାଇନ୍ସ ଏହି ଅନନ୍ୟ ରେଷ୍ଟୁରାଣ୍ଟ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛି, ଯେତେବେଳେ ଏହାର ଅଧିକାଂଶ ବିମାନ ଯାତ୍ରା ପ୍ରତିବନ୍ଧକ ହେତୁ ଗ୍ରାଉଣ୍ଡ ହୋଇଯାଇଛନ୍ତି।
Feature Image: “Singapore Airlines”