Odiapua.com

ସିଲ୍‌ଭର ଲେକ୍ ସହ-ନିବେଶକଗଣ ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ଅଧିକ ୧୮୭୫ କୋଟି ଟଙ୍କା ନିବେଶ କରିବେ

ସିଲ୍‌ଭର ଲେକ୍‌ର ମୋଟ ୯୩୭୫ କୋଟି ଟଙ୍କା ପୁଞ୍ଜିନିବେଶ ଭାରତୀୟ ରିଟେଲ୍‌ର ରୂପାନ୍ତରଣ ଦିଗରେ ରିଲାଏନ୍ସ ରିଟେଲ ଭେଞ୍ଚର୍‌ର ଦୂରଦୃଷ୍ଟିକୁ ପୁନଃ ପୁଷ୍ଟି କରୁଛି

ମୁମ୍ବାଇ, ୧ା୧୦ (ଓଡ଼ିଆ ପୁଅ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌)ରେ ସିଲ୍‌ଭର ଲେକ୍‌ର ସହ-ନିବେଶକଗଣ ଅଧିକ ୧୮୭୫ କୋଟି ଟଙ୍କା ନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ) ଓ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି। ଏତଦ୍ୱାରା ସିଲ୍‌ଭର ଲେକ୍ ଏବଂ ତାହାର ସହ-ନିବେଶକମାନଙ୍କ ଦ୍ୱାରା ଆରଆରଭିଏଲ୍‌ରେ ମୋଟ ପୁଞ୍ଜିନିବେଶ ପରିମାଣ ୯୩୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଆରଆରଭିଏଲ୍‌ରେ ପୂର୍ଣ୍ଣ ବିଘଟିତ ଭିତ୍ତିରେ ୨.୧୩% ଇକ୍ୱିଟି ଅଂଶଧନରେ ପରିଣତ ହେବ। ଏହି ସଦ୍ୟ ପୁଞ୍ଜିନିବେଶ ରିଲାଏନ୍ସ ରିଟେଲର ମୋଟ ଆକଳିତ ପ୍ରାକ୍‌-ଟଙ୍କା ଇକ୍ୱିଟି ମୂଲ୍ୟ ୪.୨୮୫ ଲକ୍ଷ କୋଟି ଟଙ୍କା ଭିତ୍ତିରେ ହୋଇଛି।

ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଲିମିଟେଡ ଭାରତର ସର୍ବବୃହତ, ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଜନକ ରିଟେଲ ବ୍ୟବସାୟ ପରିଚାଳନା କରୁଛି ଯାହା ଦେଶବ୍ୟାପୀ ନିଜର ୧୨, ୦୦୦ ଷ୍ଟୋର୍‌କୁ ଆସୁଥିବା ୬୪୦ ନିୟୁତରୁ ଅଧିକ ଲୋକଙ୍କୁ ସେବା ଯୋଗାଉଛି। କୋଟି କୋଟି ଭାରତୀୟଙ୍କ ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି ଓ ତାହାକୁ ସୁରକ୍ଷିତ ରଖିବା ସହିତ କୋଟି କୋଟି କୃଷକ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏମଏସଏମଇ)ଙ୍କୁ ସଶକ୍ତ କରିଛି। ଏଥିସହିତ ଏକ ପସନ୍ଦଯୋଗ୍ୟ ସହଭାଗି ଭାବରେ ବିଶ୍ୱସ୍ତରୀୟ ଓ ଘରୋଇ କମ୍ପାନୀଗୁଡିକ ସହିତ ନିବିଡ ଭାବରେ କାର୍ଯ୍ୟକରି ଭାରତୀୟ ସମାଜକୁ ବ୍ୟାପକ ଫାଇଦା ପହଞ୍ଚାଇବା ସକାଶେ ଏକ ଅନର୍ଭୁକ୍ତିଭିତ୍ତିକ କୌଶଳ ଜରିଆରେ କୋଟି କୋଟି ସଂଖ୍ୟକ ଗ୍ରାହକଙ୍କୁ ସେବା ଯୋଗାଇବା ନିମନ୍ତେ ଭାରତର ରିଟେଲ କ୍ଷେତ୍ରକୁ ପ୍ରେରିତ କରିବା ପାଇଁ ରିଲାଏନ୍ସ ରିଟେଲ ଦୃଷ୍ଟିନିବଦ୍ଧ କରିଛି। ରିଲାଏନ୍ସ ରିଟେଲ ତାହାର ନୂତନ ବ୍ୟବସାୟିକ କୌଶଳାତ୍ମକ ନୀତି ଜରିଆରେ କ୍ଷୁଦ୍ର ଓ ଅସଂଗଠିତ ବ୍ୟବସାୟୀମାନଙ୍କର ଡିଜିଟାଲ ରୂପାନ୍ତରଣ ଆରମ୍ଭ କରିଛି ଏବଂ ନିଜର ନେଟୱାର୍କକୁ ଏହିଭଳି ୨୦ ନିୟୁତ ବ୍ୟବସାୟୀଙ୍କୁ ସମ୍ପ୍ରସାରିତ କରିବାକୁ ପ୍ରତିିବଦ୍ଧ ରହିଛି। ଏହା ବ୍ୟବସାୟୀଙ୍କୁ ସେମାନଙ୍କର ନିଜର ଗ୍ରାହକଙ୍କୁ ଉନ୍ନତତର ମୂଲ୍ୟଯୁକ୍ତ ସେବା ଯୋଗାଇଦେବା ନିମନ୍ତେ ପ୍ରଯୁକ୍ତିଗତ ସାଧନ ତଥା ଏକ ସୁସଂହତ ଯୋଗାଣ ଶୃଙ୍ଖଳ ଭିତ୍ତିଭୂମି ଉପଯୋଗ କରିବାକୁ ସମର୍ଥ କରିବ।

ସେହିଭଳି ସିଲ୍‌ଭର ଲେକ୍ ନିଜସ୍ୱ ପରିଚାଳନାଧୀନ ମୋଟ ୬୦ ବିଲିଅନ ଡଲାର ମୂଲ୍ୟର ସମ୍ପତ୍ତି ଓ ପ୍ରତିଶ୍ରୁତିବଦ୍ଧ ପୂଞ୍ଜି ଏବଂ ବିଶ୍ୱର ବିଶାଳ ପ୍ରଯୁକ୍ତି ତଥା ପ୍ରଯୁକ୍ତି ପରିଚାଳିତ ସୁଯୋଗ ସହିତ ପ୍ରଯୁକ୍ତି କ୍ଷେତ୍ରରେ ବୃହତ ନିବେଶକାରୀ ଭାବରେ ବିଶ୍ୱରେ ଅଗ୍ରଣୀ ସ୍ଥାନରେ ରହିଛି। ବିଶ୍ୱଶ୍ରେଣୀର ପରିଚାଳନା ମଣ୍ଡଳୀଗୁଡିକ ସହିତ ଭାଗିଦାର ହୋଇ ବୃହତ କମ୍ପାନୀ ନିର୍ମାଣ ଏବଂ ତାହାର ଅଭିବୃଦ୍ଧି ସାଧନ ଏହାର ଲକ୍ଷ୍ୟ। ଏହାର ଅନ୍ୟାନ୍ୟ ପୁଞ୍ଜିନିବେଶ ମଧ୍ୟରେ ଏୟାରବିଏନ୍‌ବି, ଆଲିବାବା, ଆଲ୍‌ଫାବେଟ୍‌ସର ଭେରିଲି ଓ ୱେମୋ ୟୁନିଟ୍ ଏବଂ ଡେଲ୍ ଟେକ୍‌ନୋଲୋଜିସ, ଟ୍ୱିଟର ଏବଂ ଅଗଣିତ ବହୁ ବିଶ୍ୱସ୍ତରୀୟ ପ୍ରଯୁକ୍ତିକ୍ଷେତ୍ରର ଅଗ୍ରଣୀ କମ୍ପାନୀ ରହିଛନ୍ତି।

ସିଲ୍‌ଭର ଲେକ୍ ଦ୍ୱାରା କରାଯାଇଥିବା ମୋଟ ପୁଞ୍ଜିନିବେଶ ସମ୍ପର୍କରେ ମତଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନି କହିଛନ୍ତି, “ସମସ୍ତ ଭାରତୀୟଙ୍କ ଫାଇଦା ନିମନ୍ତେ ଭାରତୀୟ ରିଟେଲ କ୍ଷେତ୍ରର ରୂପାନ୍ତରଣ ଦିଗରେ ଆମର ଯାତ୍ରାରେ ସିଲ୍‌ଭର ଲେକ୍ ଏବଂ ଏହାର ସହ-ନିବେଶକଗଣ ମହତ୍ତ୍ୱପୂର୍ଣ୍ଣ ସହଭାଗୀ ହୋଇଛନ୍ତି। ସେମାନଙ୍କର ଆସ୍ଥା ଓ ସମର୍ଥନ ତଥା ବିଶ୍ୱସ୍ତରୀୟ ପ୍ରଯୁକ୍ତିକ୍ଷେତ୍ରରେ ପୁଞ୍ଜିନିବେଶ କରିବାରେ ସେମାନଙ୍କର ନେତୃତ୍ୱ ଏବଂ ଭାରତରେ ରିଟେଲ ଜଗତରେ ବିପ୍ଳବ ଆଣିବାକୁ ସେମାନଙ୍କ ମହତ୍ତ୍ୱପୂର୍ଣ୍ଣ ସମ୍ପର୍କର ନେଟୱାର୍କ ପାଇଁ ଆମେ ଆନନ୍ଦିତ। ସିଲ୍‌ଭର ଲେକ୍‌ର ଅଧିକ ପୁଞ୍ଜିନିବେଶ ଭାରତୀୟ ରିଟେଲ ଏବଂ ରିଲାଏନ୍ସ ରିଟେଲର ଅପରିମିତ ସାମର୍ଥ୍ୟକୁ ଦର୍ଶାଉଛି।”

ପୁଞ୍ଜିନିବେଶ ସମ୍ପର୍କରେ ପ୍ରକାଶକରି ସିଲ୍‌ଭର ଲେକ୍‌ର ସହ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ସହଭାଗୀ ଏଗନ ଡର୍ବାନ କହିଛନ୍ତି, “ଏହି ଅତୁଳନୀୟ ସୁଯୋଗ କ୍ଷେତ୍ରରେ ଆମର ଉପସ୍ଥିତିରେ ବୃଦ୍ଧି ଘଟାଇ ଏବଂ ଆମର ଅଧିକ ସହ-ନିବେଶକଙ୍କୁ ଆକୃଷ୍ଟ କରି ଆମେ ଆନନ୍ଦିତ। ଗତ କିଛି ସପ୍ତାହଧରି ନିରବଚ୍ଛିନ୍ନ ପୁଞ୍ଜିନିବେଶ ପ୍ରବାହ ରିଲାଏନ୍ସ ରିଟେଲ୍‌ର ଅପ୍ରତିରୋଧୀ ଦୂରଦୃଷ୍ଟି ଏବଂ ବ୍ୟବସାୟିକ ମଡେଲର ପ୍ରମାଣ ଦେଉଛି ଏବଂ ରୂପାନ୍ତରଣକ୍ଷମ ନୂତନ ବ୍ୟବସାୟିକ ପ୍ରୟାସରେ ଥିବା ଅସୀମିତ ସାମର୍ଥ୍ୟକୁ ପ୍ରତିପାଦିତ କରୁଛି।”

ଏହି କାରବାର ନିୟାମକ ଏବଂ ଅନ୍ୟ ଆବଶ୍ୟକୀୟ ଅନୁମୋଦନ ଉପରେ ନିର୍ଭରକରୁଛି। ମୋର୍ଗାନ ଷ୍ଟାନ୍‌ଲି ରିଲାଏନ୍ସ ରିଟେଲ୍‌ର ଆର୍ଥିକ ପରାମର୍ଶଦାତା ଓ ସିରିଲ ଅମରଚାନ୍ଦ ମଙ୍ଗଳଦାସ ଏବଂ ଡେଭିସ୍ ପୋଲ୍କ୍ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଲାଥାମ୍ ଆଣ୍ଡ ୱାଟ୍‌କିନ୍ସ ଏବଂ ଶାର୍ଦ୍ଦୁଳ ଅମରଚାନ୍ଦ ମଙ୍ଗଳଦାସ ଆଣ୍ଡ କୋ ସିଲ୍‌ଭର ଲେକ୍‌ର ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।