Odiapua.com

ଧର୍ମାନ୍ତରଣ ମାମଲା: ଭାରତର ଚେତାବନୀ ପରେ ପାକିସ୍ତାନକୁ ଆସିଲା ହୋସ, ପରିବାର ପାଖରେ ପହଁଚିଲା ଶିଖ ଝିଅ

ନୂଆ ଦିଲ୍ଲୀ ୩୧-୮ (ଓଡ଼ିଆ ପୁଅ) ପାକିସ୍ତାନର ଲାହୌରର ନନକାନା ସାହିବ ନାମକ ସ୍ଥାନରେ ଜୋର ଜବରଦସ୍ତି ଧର୍ମାନ୍ତରଣ ଏବଂ ନିକାହ ପରେ ଗାୟବ ହୋଇଥିବା ଶିଖ ଝିଅ ଘରକୁ ଫେରି ଆସିଛି। ଗତ କାଲି ଭାରତ ପାକିସ୍ତାନ ଉପରେ ଚାପ ପକାଇଥିଲା ପରେ ତୁରନ୍ତ ପରିବାର ନିକଟକୁ ଝିଅକୁ ପଠାଇବା ପାଇଁ କୁହାଯାଇଥିଲା। ଏହି ମାମଲାରେ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୮ଜଣ ଲୋକଙ୍କୁ ଗିରଫ କରିଛି।

ଜୋର ଜବରଦସ୍ତି ଧର୍ମାନ୍ତରଣ ଅଭିଯୋଗ

ଏପରି କୁହାଯାଉଛିଯେ, ୧୯ ବର୍ଷର ଝିଅ ଗୁରୁଦ୍ଵାରା ତମ୍ବୁ ସାହିବର ଗ୍ରନ୍ଥୀ (ପୂଜାରୀ) ଭଗବାନ ସିଂହଙ୍କର ଝିଅ ଅଟନ୍ତି। ଝିଅକୁ ବନ୍ଦୁକ ମୁନରେ ଧର୍ମ ପରିବର୍ତ୍ତନ କରାଯାଇଥିଲା। ପାକିସ୍ତାନରେ ଅଳ୍ପସଂଖ୍ୟକ ସମୁଦାୟର ଗୋଟିଏ ଝିଅକୁ ଜବରଦସ୍ତି ଧର୍ମାନ୍ତରଣ ଉପରେ ଦିଲ୍ଲୀରୁ ସଡ଼କ ପର୍ଯ୍ୟନ୍ତ ଲୋକମାନଙ୍କର ଆକ୍ରୋଶ ଦେଖିବାକୁ ମିଳିଥିଲା।

କ’ଣ କହିଲା ପୁଲିସ ଜାଣନ୍ତୁ

ନନକାନା ସିଟି ପୁଲିସ ସନ୍ଦିଗ୍ଧକୁ ପ୍ରଥମେ ଏକ ଅରସଲାନକୁ ଗିରଫ କରିଥିଲା। ଶିଖ ଝିଅ ସହିତ ବିବାହ କରିଥିବା ମୁଖ୍ୟ ସନ୍ଦିଗ୍ଧ ମହମ୍ମଦ ହାସନର ସାଙ୍ଗ ଅଟେ। ପୁଲିସର କହିବା ଅନିଯାୟୀ ଝିଅର ଓକିଲ ନ୍ୟାୟାଳୟର ସମ୍ମୁଖରେ ନିଜର ବୟାନରେ କହିଛି କି ସେ ଇସ୍ଲାମ ଧର୍ମ ଆପଣାଇ ନିଜର ଇଚ୍ଛାରେ ହାସନ ସହିତ ବିବାହ କରିଛି। ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଝିଅ ନିଜ ଓକିଲ ଶେଖ ସୁଲତାନ୍ ଙ୍କ ମାଧ୍ୟମରେ ନିଜର ପରିବାରର ଅଭିଯୋଗକୁ ଖଣ୍ଡନ କରିଛି।

ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ୍

ବିବାହ ସମାରୋହରେ ଝିଅର ଏକ ଭିଡ଼ିଓ ମଧ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଭିଡ଼ିଓରେ ଝିଅ କହୁଥିଲା କି ସେ ବିନା କୌଣସି ଚାପରେ ବିବାହ କରିଛି। ଅବଶ୍ୟ ଅନ୍ୟ ଏକ ଦ୍ୱିତୀୟ ଭିଡ଼ିଓରେ ଝିଅର ପରିବାର ପକ୍ଷରୁ କୁହାଯାଇଥିଲା କି ତାକୁ ଅପହରଣ କରିନିଆଯାଇଛି ଏବଂ ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଇଛି। ପରିବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କର ସହାୟତା ମାଗିଥିଲା।

ଭାରତର ଚାପ ପରେ

ଶୁକ୍ରବାରଦିନ ଭାରତ ପାକିସ୍ତାନ ସାମନାରେ ଏହି ବିଷୟ ଉଠାଇଥିଲା ଏବଂ ସେଥିରେ ତୁରନ୍ତ ତା’ର ସମାଧାନ ପାଇଁ ପଦକ୍ଷେପ ଉଠାଇବାକୁ କୁହାଯାଇଥିଲା। ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବୀଶ କୁମାର କହିଥିଲେ କି ଏହି ଘଟଣାକୁ ନେଇକରି ମନ୍ତ୍ରଣାଳୟକୁ ଶିଖ ଧାର୍ମିକ ସଂଗଠନଗୁଡ଼ିକ ସମେତ ଭାରତର ନାଗରିକ ସମାଜର ଅଲଗା-ଅଲଗା ବର୍ଗର ଅନେକ ପ୍ରତିବେଦନ ମିଳିଛି। ସେ କହିଥିଲେ, ‘‘ ଆମେ ପାକିସ୍ତାନ ସରକାରକୁ ଏହି ବିଷୟରେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ଉଠାଇବାକୁ କହିଛୁ।’’