Odiapua.com

Bigg Boss Season 13 Winner: ସିଦ୍ଧାର୍ଥ ଶୁକ୍ଲା ହେଲେ ବିଗ ବସ ୧୩ ୱିନର, ଦ୍ୱିତୀୟ ନମ୍ବରରେ ଆସିମ

ନୂଆ ଦିଲ୍ଲୀ ୧୬-୨ (ଓଡ଼ିଆ ପୁଅ) : ସଲମାନ ଖାନ ବିଗ ବସ ୱିନର (Bigg Boss Season 13 Winner) ର ନାମ ଘୋଷଣା କରିଛନ୍ତି। ପ୍ରତିଦ୍ୱନ୍ଦିତାରେ ସିଦ୍ଧାର୍ଥ ଶୁକ୍ଲା ଏବଂ ଆସିମ ରିୟାଜ ଥିଲେ। କିନ୍ତୁ ବାଜି ସିଦ୍ଧାର୍ଥ ଶୁକ୍ଲା ମାରିଲେ ଏବଂ ଆସିମ ରିୟାଜ ଦ୍ୱିତୀୟ ନମ୍ବରରେ ରହିଲେ। ଏହା ପୂର୍ବରୁ ଶାହନାଜ ଗିଲ ବିଗ ବସରୁ ବାହାର ହୋଇସାରିଥିଲେ, ଏହାର ଘୋଷଣା ସଲମାନ ଖାନ କରିଥିଲେ। ସଲମାନ ଖାନ ଆରତୀ ସିଂହଙ୍କୁ ମଧ୍ୟ ବାହାର ହେବାର ଖବର ଦେଇଥିଲେ। ତାଙ୍କୁ ନେବାକୁ ତାଙ୍କ ମା’ ଆସିଥିଲେ। ରଶ୍ମି ଦେସାଇ ବିଗ ବସ ୧୩ରୁ ବାହର ହୋଇସାରିଛନ୍ତି। ତାଙ୍କୁ ରୋହିତ ଶେଟ୍ଟୀ ଘରୁ ବାହାରକୁ ନେଇ ଆସିଥିଲେ। ପାରସ ଛାବଡ଼ା ୧୦ ଲକ୍ଷ ଟଙ୍କାର ବ୍ୟାଗ ନେଇକରି ଶୋକୁ ଛାଡ଼ି ସାରିଛନ୍ତି। ତା’ ପରେ ଆରତୀ ସିଂହଙ୍କର ମମ୍ମୀ ଆସି ନିଜ ସହିତ ତାଙ୍କୁ ନେଇକରି ଯାଇଥିଲେ। ଶୋ ରୁ ବାହାର ହେବାପରେ ପ୍ରଥମେ ସେ ସଲମାନ ଖାନଙ୍କ ସହିତ ଡାନ୍ସ କରି ନିଜର ଇଚ୍ଛା ପୂରା କରିଛନ୍ତି।

ପାରସ ଛାବଡ଼ା ଏବଂ ଆରତୀ ସିଂହ ବାହାର ହେବା ସହିତ ହିଁ ଟପ-୪ ଦାବିଦାରଙ୍କ ମଧ୍ୟରେ ସିଦ୍ଧାର୍ଥ ଶୁକ୍ଲା, ଆସିମ ରିୟାଜ, ଶହନାଜ ଗିଲ ଏବଂ ରଶ୍ମି ଦେସାଇ ଥିଲେ। କିନ୍ତୁ ବଲିଉଡ଼ର ଖ୍ୟାତନାମା ଡାଇରେକ୍ଟର ରୋହିତ ଶେଟ୍ଟୀ ଶୋକୁ ଆସି ନିଜ ସାଥିରେ ରଶ୍ମି ଦେସାଇଙ୍କୁ ନେଇଥିଲେ।

ଏହାପରେ ବିଗ ବସ 13ର ଫିନାଲେରେ ସିଦ୍ଧାର୍ଥ ଶୁକ୍ଲା, ଆସିମ ରିୟାଜ ଏବଂ ଶହନାଜ ଗିଲ ଟପ-୩ କଣ୍ଟେଷ୍ଟାଣ୍ଟ ରହିଯାଇଥିଲେ। ଏହା ପରେ ଶୋ ର ହୋଷ୍ଟ ସଲମାନ ଖାନ ପଂଜାବର କଟରୀନା କୈଫ କୁହାଯାଉଥିବା ଶହନାଜ ଗିଲଙ୍କୁ ଘରୁ ବାହାରକୁ ରାସ୍ତା ଦେଖାଇଦେଇଥିଲେ। ଶେଷରେ ସିଦ୍ଧାର୍ଥ ଶୁକ୍ଲା ଏବଂ ଆସିମ ରିୟାଜଙ୍କ ମଧ୍ୟରେ ଫାଇନାଲ ଟକ୍କର ହୋଇଥିଲା। ଶେଷରେ ଦୁଇଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସିଦ୍ଧାର୍ଥ ଶୁକ୍ଲା ୱିନର ହୋଇଥିଲେ।