Odiapua.com

ବିଷ୍ଣୁ ପୁରାଣ ଅନୁଯାୟୀ, ଏହି ୪ ପ୍ରକାରର ମହିଳାଙ୍କୁ କେବେବି ବିବାହ କରିବା ଉଚିତ ନୁହେଁ

ଜୀବନରେ ବିବାହ ହେଉଛି ଏକ ପୁରୁଷ ଏବଂ ସ୍ତ୍ରୀ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ। ବିବାହ ପରେ ଅନେକଙ୍କର ଭାଗ୍ୟ ବଦଳିଯାଇଥାଏ। କେତେକ ବହୁତ ଭାଗ୍ୟଶୀଳୀ ହୋଇଥାନ୍ତି ତ କେତେକଙ୍କର ଭାଗ୍ୟ ଖରାପ ଆଡ଼କୁ ଗତି କରିଥିବାର ଲକ୍ଷ କରାଯାଏ। ତେବେ ଆମେ ବହୁତ ଚିନ୍ତା କରି ବିବାହ କରିବା ଉଚିତ। ବିବାହ ପାଇଁ ପୁରୁଣା ଲୋକମାନେ ଅନେକ ଲକ୍ଷଣ ଦେଖି ହିଁ ଉପଯୋଗୀ କନ୍ୟାଟିଏ ଖୋଜିଥାନ୍ତି।ସେହିପରି ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଉପଯୋଗୀ ବରଟିଏ ଝିଅଘର ଖୋଜିବାରେ ସମୟ ଲଗାଇଥାନ୍ତି। ତେବେ ଗୋଟିଏ ଝିଅ ବିବାହ କରି ଶାଶୁ ଘରକୁ ଆସିବା ପରେ କିପରି ପରିବାରକୁ ପରିଚାଳନା କରିପାରେ ତାହା ତା’ର ଲକ୍ଷଣ ଉପରେ ନିର୍ଭର କରିଥାଏ। ତେବେ ମହିଳାମାନଙ୍କ ବିଷୟରେ ବିଷ୍ଣୁ ପୁରାଣରେ ଏହିପରି ଅନେକ କଥା କୁହାଯାଇଛି। ଏହାକୁ ଅନୁସରଣ କରି ଏକ ସୁଖମୟ ଜୀବନ ପାଇବା ପାଇଁ ଜଣେ ମହିଳାଙ୍କର କେଉଁ ଗୁଣ ଅଛି ତାହା ଜାଣିବା ଉଚିତ। ଯେଉଁଥିପାଇଁ ଜଣେ ଉପଯୁକ୍ତ କନ୍ୟା ସହ ବିବାହ କରିବା ଫଳରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ତେବେ ଏପରି ଲକ୍ଷଣ ଥିବା ମହିଳାଙ୍କ ସହିତ ବିବାହ କରିବା ପରେ ଜୀବନରେ ଅନେକ ସମସ୍ୟା ଦେଖାଯାଇଥାଏ।

୧ – ଯଦି ଜଣେ ମହିଳା ଜଣେ ମନ୍ଦ କିମ୍ବା ଦୁଷ୍ଟ ପୁରୁଷ ସହିତ ପୂର୍ବରୁ ଜଡିତ ହୋଇଥାଏ, ତେବେ ତାକୁ ବିବାହ କରିବା ଉଚିତ୍ ନୁହେଁ, କାରଣ ସେ ଯେକୌଣସି ସମୟରେ ଅସୁବିଧାରେ ପକାଇପାରେ। ସେହି ମନ୍ଦ ପୁରୁଷ ଉକ୍ତ ମହିଲା ସହାୟତାରେ ନିଜ କାମ ପାଇଁ ବ୍ୟବହାର କରିପାରେ। ଏହି କାରଣରୁ, ତା’ର ଚରିତ୍ରରେ ମଧ୍ୟ ତ୍ରୁଟି ଦେଖାଯାଏ। ତେଣୁ, ଏପରି ମହିଳାଙ୍କୁ ବିବାହ କରିବା ଉଚିତ୍ ନୁହେଁ।

୨ – ବିଷ୍ଣୁ ପୁରାଣରେ କୁହାଯାଇଛି ଯେ, ଖରାପ କିମ୍ବା କଠୋର କଥା କହୁଥିବା ମହିଳାଙ୍କ ଘରେ କେବେ ଶାନ୍ତି ହୁଏ ନାହିଁ। ସେହି ଘରେ ସବୁବେଳେ ବିଶୃଙ୍ଖଳା ପରିସ୍ଥିତି ରହିଥାଏ। ସେଥିପାଇଁ ଜଣେ ଏପରି ମହିଳାଙ୍କୁ ବିବାହ କରିବା ଉଚିତ୍ ନୁହେଁ।

୩. -ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ସମ ଗୋତ୍ରରେ ବିବାହ କରିବା ଉଚିତ ନୁହେଁ। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଜେନେଟିକ ରୋଗ ହେବାର ସମ୍ଭାବନା ମଧ୍ୟ ବଢ଼ିଥାଏ।

୪ – ବିଶ୍ୱାସ କରାଯାଏ ଯେ, ଯଦି କୌଣସି ମହିଳା ଦିନସାରା ଘର କାମରେ ସମୟ ଦେଇପାରେ ନାହିଁ ଏବଂ ସେ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାଏ। ତେବେ ସେହି ମହିଳା ନିଜ ଘରକୁ କେବେବି ସଫା ରଖନ୍ତି ନାହିଁ। ଯାହାଦ୍ୱାରା ଲକ୍ଷ୍ମୀଙ୍କର ଆଶୀର୍ବାଦ କେବେବି ତାଙ୍କ ଘରେ ପ୍ରାପ୍ତ ହୁଏ ନାହିଁ। ସେହି ଘରେ ଦାରିଦ୍ର୍ୟତା ଗ୍ରାସ କରିବା ସହିତ ପରିବାରରେ ଅନେକ ରୋଗର କାରଣ ହୋଇଥାଏ।