Odiapua.com

କୋଭିଡ ଔଷଧ ଉପଲବ୍ଧତା ସମୀକ୍ଷା କଲେ ଶ୍ରୀ ସଦାନନ୍ଦ ଗୌଡା

ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ସଦାନନ୍ଦ ଗୌଡା ଆଜି କୋଭିଡ-୧୯ ପରିଚାଳନାରେ ବ୍ୟବହୃତ ଔଷଧର ଉପଲବ୍ଧତା ନେଇ ସମୀକ୍ଷା କରିବା ପାଇଁ ଫର୍ମାସ୍ୟୁଟିକାଲ୍ସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ।

ମନ୍ତ୍ରୀ ସେୟାର କରିଥିବା ଏକ ଟ୍ଵିଟ୍ ମାଧ୍ୟମରେ ସେ କହିଛନ୍ତି ଯେ, ସାରା ଦେଶରେ ଔଷଧର ନିରବଚ୍ଛିନ୍ନ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଫାର୍ମାସ୍ୟୁଟିକାଲ୍ସ ବିଭାଗ ରାଜ୍ୟମାନଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରୁଛି।