Odiapua.com

ଭିଡିଓ: ସୁଟିଂ ବନ୍ଦ୍; କ୍ରିକେଟ ଖେଳିଲେ ଅଭିନେତ୍ରୀ ଜାହ୍ନବୀ କପୁର !

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫିଲ୍ମ ‘ଗୁଡ୍ ଲକ୍ ଜେରୀ’ର ସୁଟିଂ ଚାଷୀ ଆନ୍ଦୋଳନ ଲାଗି ତୃତୀୟ ଥର ପାଇଁ ବନ୍ଦ ହୋଇଯାଇଛି। ଏହି କାରଣରୁ ଜାହ୍ନବୀ ମୁମ୍ବାଇ ଫେରି ଆସିଛନ୍ତି। ଜାହ୍ନବୀ ପଟିଆଲାରେ ଫିଲ୍ମର ସୁଟିଂ କରୁଥିଲେ। ଖବର ଅନୁଯାୟୀ, କୃଷକମାନେ ଜାହ୍ନବୀ କପୁରଙ୍କୁ ସେମାନଙ୍କ ସପକ୍ଷରେ ମତ ରଖିବାକୁ କହିଥିଲେ। ଏହା ପୂର୍ବରୁ ପଟିଆଲାର କୃଷକମାନେ ଦୁଇ ଥର ଫିଲ୍ମର ସୁଟିଂ ବନ୍ଦ କରି ଦେଇଥିଲେ। ଫତେହଗଡ ସାହିବ ଜିଲ୍ଲାରେ ମଧ୍ୟ ଫିଲ୍ମର ସୁଟିଂ ବନ୍ଦ କରାଯାଇଥିଲା। ତେବେ ଏହା ଭିତରେ ଜାହ୍ନବୀ କପୁର ସୁଟିଂ ସେଟରେ କିଛି ପିଲାଙ୍କ ସହ କ୍ରିକେଟ ଖେଳୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି।


ଜାହ୍ନବୀ କପୁରଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସର ‘ଘୋଷ୍ଟ ସିରିଜ୍’ ଏବଂ ‘ଗୁଞ୍ଜନ ସକ୍ସେନା: ଦି କାର୍ଗିଲ ଗାର୍ଲ’ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ଅନେକ ବିବାଦ ଭିତରେ ରହିଛି। ବାୟୁସେନା ଫିଲ୍ମର ଅନେକ ଦୃଶ୍ୟ ଉପରେ ଆପତ୍ତି ଉଠାଇଛି। ଜାହ୍ନବୀ ଖୁବ୍ ଶୀଘ୍ର ‘ଦୋସ୍ତାନା- ୨’ ଏବଂ ‘ରୁହୀ ଅଫଜାନା’ରେ ନଜର ଆସିବେ।
– @Dr