Odiapua.com

ହିନ୍ଦୁ ସନାତନ ଧର୍ମରେ ଦିକ୍ଷୀତ ହେଲେ ସେଣ୍ଟ୍ରାଲ୍ ୱାକଫ୍ ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ..

ନୂଆଦିଲ୍ଲୀ: ସ୍ରିୟା ସେଣ୍ଟ୍ରାଲ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସୀମ୍ ରିଜବି ସନାତନ ଧର୍ମ ଗ୍ରହଣ କରିଛନ୍ତି। କେବଳ ଯେ ସନାତନ ଧର୍ମ ଗ୍ରହଣ କରିନାହାଁନ୍ତି, ଏହା ସହ ସେ ତାଙ୍କର ନାମ ବଦଳାଇ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ୱାସୀମ ରିଜବି ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସେ ଏମିତି ବୟାନ ଦେଉଛନ୍ତି ଯାହାକି ଇସଲାମ୍ ଓ ମୁସଲିମ୍ ବିରୋଧୀ ବୋଲି କୁହାଯାଉଛି। ଏଥିପାଇଁ ମୁସଲିମ ସମାଜ ପକ୍ଷରୁ ରିଜବିଙ୍କ ବିରୋଧରେ ବାରମ୍ବାର ପ୍ରତିବାଦ କରାଯାଉଥିଲା। ଏପରିକି ରିଜବି ଇସଲାମ ଧର୍ମର ସୁଧାର ପାଇଁ ଦାବି କରିଥିଲେ। ସେ କୁରାନରେ ଥିବା ୨୬ ତମ ଆୟତକୁ ହଟାଇବାକୁ ସୁପ୍ରିମ କୋର୍ଟରେ ମାମଲା ଦାୟର ବି କରିଥିଲେ। ଅଯୋଧ୍ୟା ବିବାଦ ବେଳେ ରିଜବି ସମସ୍ତ ଜମି ମନ୍ଦିର ପାଇଁ ଦାନ କରିଦେବାକୁ ସ୍ରିୟା ୱାକଫ୍ ବୋର୍ଡକୁ ଅନୁରୋଧ କରିଥିଲେ। ଏହାସହ ତାଙ୍କର ଲିଖିତ ପୁସ୍ତକ ‘ମହମ୍ମଦ’ କୁ ନେଇ ସେ ବେସ ବିବାଦ ଭିତରେ ଛନ୍ଦି ହୋଇଯାଇଥିଲେ। ରିଜବୀ ହଳଦିଆ ରଙ୍ଗକୁ ଇସଲାମର ପ୍ରତୀକ ଓ ପତାକା ଭାବେ ମାନିବାକୁ ସୁପ୍ରିମ କୋର୍ଟରେ ଲଢିଥିଲେ। ଏହି ତମାମ ବିବାଦ ଭିତରେ ଶେଷରେ ସେ ଆଜି ଇସଲାମ୍ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣୀ ମହାରାଜ ରିଜବିଙ୍କ ହିନ୍ଦୁଧର୍ମ ଗ୍ରହଣକୁ ସ୍ୱାଗତ କରିଛନ୍ତି।
-/DevDrath