ନୂଆଦିଲ୍ଲୀ ୨୬-୨ (ଓଡ଼ିଆ ପୁଅ) ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଶାହୀନ ବାଗରେ CAA ଏବଂ NRC ବିରୋଧୀ ପ୍ରଦର୍ଶନକାରିମାନଙ୍କୁ ହଟାଇବାପାଇଁ ଯାଚିକାଗୁଡ଼ିକ ଉପରେ ସୁପ୍ରୀମ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ସଂଜୟ କିଶନ କୌଲ ଏବଂ ଜଷ୍ଟିସ କେଏମ ଜୋସେଫଙ୍କର ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ସୁପ୍ରୀମ କୋର୍ଟ କହିଲେ କି, ‘ଆମେ ଏହି ଯାଚିକାର ସୀମା ବିସ୍ତାର କରିବୁ ନାହିଁ। ଆମେ କେବଳ ସେହି କ୍ଷେତ୍ରରେ ବିରୋଧ ପ୍ରଦର୍ଶନ ଉପରେ ଶୁଣାଣି କରିବୁ। ଆମେ ବାର୍ତାକାରମାନଙ୍କଠାରୁ ଏହି ବିଷୟରେ ପଚାରି ବୁଝିଛୁ। ସେମାନେ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ କିନ୍ତୁ-ପରନ୍ତୁ ଅଛି। କୋର୍ଟ ଏହାକୁ ଦେଖିବେ।’ ଏହା ସହିତ କୋର୍ଟ କହିଲେ କି, ଶାହୀନ ବାଗରେ ଚାଲୁଥିବା ପ୍ରଦର୍ଶନ ସମ୍ବନ୍ଧିତ ଯାଚିକା ଉପରେ ଶୁଣାଣି ପାଇଁ ଅନୁକୂଳ ମାହୌଲ ନାହିଁ। ଏହି ମାମଲାର ଶୁଣାଣି ଆସନ୍ତା ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ସୁପ୍ରୀମ କୋର୍ଟ।
କୋର୍ଟ କହିଲେ କି ବର୍ତ୍ତମାନର ଯାଚିକାରେ ଦିଲ୍ଲୀରେ ହୋଇଥିବା ହିଂସା ମାମଲାକୁ ସାମିଲ କରିବେ ନାହିଁ। ସେହି ବିଷୟ ଉପରେ ଅଲଗା ଯାଚିକା ଦାଖଲ କରାଯାଇପାରିବ। କୋର୍ଟ କହିଲେଯେ, ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ହିଁ ପୋଲିସକୁ ନୋଟିସ ଜାରୀ କରିସାରିଛନ୍ତି।