Odiapua.com

ରଥଯାତ୍ରାରେ କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ସେବାକାର୍ଯ୍ୟ ..

ଭୁବନେଶ୍ୱର/ପୁରୀ: ପବିତ୍ର ରଥଯାତ୍ରା ଅବସରରେ କେଶରୀୟା ହିନ୍ଦୁ ପରିଷଦ, ଭାରତ ପକ୍ଷରୁ ବଡ଼ଦାଣ୍ଡରେ ସେବାକାର୍ଯ୍ୟ ଆୟୋଜିତ କରାଯାଇଛି। ପରିଷଦ ପକ୍ଷରୁ ରଥଯାତ୍ରା ଦେଖିବାକୁ ଆସିଥିବା ଭକ୍ତଙ୍କ ନିମନ୍ତେ ଜଳପାନ (ଜଳଖିଆ ଓ ପାନୀୟ ଜଳ) ବ୍ୟବସ୍ଥା କରାଯାଇଥିଲା। ପରିଷଦର ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନାଙ୍କ ତତ୍ତ୍ୱାବଧାନରେ ମହିଳା ବାହିନୀ ରାଜ୍ୟ ଅଧ୍ୟକ୍ଷା ରଶ୍ମିମୟୀ ପଟ୍ଟନାୟକ, ପରିଷଦର ରାଜ୍ୟ ସମ୍ପାଦକ ଚିତ୍ତ ରଞ୍ଜନ ତ୍ରିପାଠୀ, ମହିଳା ବାହିନୀ ରାଜ୍ୟ ଉପାଧ୍ୟକ୍ଷା ସଜିତା ତ୍ରିପାଠୀ, ସାଧାରଣ ସମ୍ପାଦିକା ରତ୍ନାପ୍ରଭା ପଣ୍ଡା, ଶୁଚିସ୍ମିତା ତ୍ରିପାଠୀ, ଯୁବା ବାହିନୀ ରାଜ୍ୟ ସଭାପତି ସମ୍ବିତ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ଯୁବ ସଭାପତି ବୀଣା ଷଡ଼ଙ୍ଗୀ, ଦେବାଶିଷ ପଟ୍ଟନାୟକ ଏବଂ ଦାଶରଥୀ ମହାନ୍ତି ପ୍ରମୂଖ ଶିବିରରେ ଉପସ୍ଥିତ ରହି ସେବା କାର୍ଯ୍ୟରେ ସାମିଲ୍ ଥିଲେ।
-/DevD®ath