Odiapua.com

ସେବା ହିଁ ସଙ୍ଗଠନ: ଭଦ୍ରକ ବିଜେପି ମହିଳା ମୋର୍ଚ୍ଚାର ସେବା କାର୍ଯ୍ୟ

ଭଦ୍ରକ: ଭଦ୍ରକ ମେଡିକାଲକୁ ଯାଇ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ରୋଗୀ ମାନଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ବିଷ୍ଣୁପ୍ରିୟା ଲେଙ୍କା, ଜିଲ୍ଲା ଆଇଟି ସେଲ୍ ପ୍ରମୂଖ ଶଶାଙ୍କ ଶେଖର ମିଶ୍ର ଏବଂ ଶଶାଙ୍କ ଶେଖର ଦାସଙ୍କର ଏକ ଟିମ୍ ଯାଇ ରୋଗୀମାନଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ସହ ସେମାନଙ୍କର ସୁବିଧା ଅସୁବିଧା ଏବଂ ମେଡିକାଲର ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଯେ ପିପିଲି ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ଥିବା ବେଳେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କରୋନା ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇ ଏଇ ନିକଟରେ ସୁସ୍ଥ ହୋଇ ଉଠିଥିବା ବେଳେ ତାଙ୍କର ଏପରି ସେବା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।