Odiapua.com

ସେବା ହିଁ ସଙ୍ଗଠନ: ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସେବା କାର୍ଯ୍ୟ ..

ଭଦ୍ରକ: କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇ ଭିତରେ ବିଜେପି ପକ୍ଷରୁ ଚାଲିଥିବା “ସେବା ହିଁ ସଙ୍ଗଠନ” କାର୍ଯ୍ୟକ୍ରମ ଆଧାରରେ ଆଜି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ତପସ୍ୱିନୀ ସାହୁ ଏବଂ ଗୌରୀ ବେହେରା ବାସୁଦେବପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୪ ଏବଂ ୫ ନମ୍ବର ୱାର୍ଡରେ ଘର ଘର ବୁଲି ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ସମେତ ଅକ୍ସିମିଟର ଓ ଜ୍ବରମାପକ ଯନ୍ତ୍ର ମାଧ୍ୟମରେ ଟେଷ୍ଟିଂ କରାଇଥିଲେ। ଏହା ସହ କୋଭିଡ୍ ମହାମାରୀ କବଳରୁ ସୁରକ୍ଷିତ ରହିବା ଦିଗରେ ଜନ ସଚେତନତା ସୃଷ୍ଟି କରାଇବା ସହ ଟୀକା ନେବା ନେଇ ଲୋକଙ୍କୁ ଜାଗୃତ କରାଇଥିଲେ ମହିଳା ମୋର୍ଚ୍ଚା ଟିମ୍। ଏହା ପୂର୍ବରୁ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ପକ୍ଷରୁ ଭଦ୍ରକ ମେଡିକାଲରେ ମାସ୍କ, ସାନିଟାଇଜର ବଣ୍ଟନ ଏବଂ ଭଦ୍ରକ ମାଧବନଗର, ସ୍ଥିତ ବାତ୍ସଲ୍ୟ ଶିଶୁ ଆଶ୍ରମରେ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। କରୋନା ମହାମାରୀ ଭିତରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା କ୍ରମାଗତ ଭାବରେ ସେବା କାର୍ଯ୍ୟରେ ନିୟୋଜିତ ରହିଛି।