Odiapua.com

DCGI ର ନୋଟିସ୍ ପରେ ଭାରତରେ କରୋନା ଟିକା ପରୀକ୍ଷଣରେ ଲାଗିଲା ବିରାମ – ସେରମ୍ ଇନଷ୍ଟିଚ୍ୟୁଟ୍ ବନ୍ଦ କଲା ପରୀକ୍ଷଣ

DCGI ର ନୋଟିସ୍ ପରେ ଭାରତରେ ଟିକା ପରୀକ୍ଷଣକୁ ବିରାମ ଦେଲା ସେରମ୍ ଇନଷ୍ଟିଚ୍ୟୁଟ୍ନୂଆ ଦିଲ୍ଲୀ ୧୦-୯ (ଓଡ଼ିଆ ପୁଅ) ଗତକାଲି DCGI ଅର୍ଥାତ୍ ଭାରତରେ ଡ୍ରଗ୍ କଣ୍ଟ୍ରୋଲର ଡିସିଜିଆଇ ଦ୍ୱାରା ସେରମ୍ ଇନଷ୍ଟିଚ୍ୟୁଟ୍ କୁ ଏକ ନୋଟିସ୍ ଜାରି କରାଯାଇଥିଲା। ଯେଉଁଠାରେ, ଏହାର ପରୀକ୍ଷଣ ଉପରେ ପ୍ରଶ୍ନ କରାଯାଇଥିଲା। ଅନ୍ୟ ଦେଶଗୁଡ଼ିକରେ ବନ୍ଦ ହୋଇଥିଲେ ହେଁ ଏହା କାହିଁକି ଭାରତରେ ପରୀକ୍ଷା ଜାରି ରଖିଛି ବୋଲି ପ୍ରଶ୍ନ କରାଯାଇଥିଲା।

ଫାର୍ମା ପ୍ରମୁଖ ଆଷ୍ଟ୍ରାଜେଙ୍କା ସହିତ ଅକ୍ସଫୋର୍ଡ ୟୁନିଭରସିଟିର ମିଳିତ ଉଦ୍ୟମରେ ବିକଶିତ କରୋନାଭାଇରସ୍ ଟିକା କୋଭିଶିଲ୍ଡକୁ ଭାରତରେ ଉତ୍ପାଦନ କରିବାକୁ ଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଜି କହିଛି ଯେ, ଆସନ୍ତା ସପ୍ତାହରେ ଭାରତରେ ଆରମ୍ଭ ହେବାକୁ ଥିବା ଫ୍ରେଜ୍ ୩ ପରୀକ୍ଷଣକୁ ବନ୍ଦ ରଖିବ। ସୂଚନାଯୋଗ୍ୟଯେ, ବ୍ରିଟେନର ଜଣେ ଟିକା ପ୍ରାପ୍ତକର୍ତ୍ତାଙ୍କ ଉପରେ କିଛି ସମ୍ଭାବ୍ୟ ପ୍ରତିକୂଳ ଲକ୍ଷଣ ଦେଖାଯିବା ପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଚାରିଟି ଦେଶରେ ଏହି ଟିକା ପରୀକ୍ଷା ବନ୍ଦ କରାଯାଇଥିଲା।

ଗତକାଲି ଦେଶର ଡ୍ରଗ୍ କଣ୍ଟ୍ରୋଲର୍ ଡିସିଜିଆଇ ଦ୍ୱାରା ସେରମ୍ ଇନଷ୍ଟିଚ୍ୟୁଟ୍ କୁ ଏକ ସୋ କଜ୍ ନୋଟିସ୍ ଜାରି କରାଯାଇଥିଲା। ଯେଉଁଠାରେ ଏହା ଅନ୍ୟତ୍ର ବନ୍ଦ ହୋଇଥିଲେ ହେଁ ଏହା କାହିଁକି ଭାରତରେ ପରୀକ୍ଷା ଜାରି ରଖିଛି ବୋଲି ପ୍ରଶ୍ନ କରାଯାଇଥିଲା। ସେରମ୍ ଇନଷ୍ଟିଚ୍ୟୁଟ୍ ର ଏକ ବିବୃତ୍ତିରେ ଆଜି ଆମେ ସ୍ଥିତିର ସମୀକ୍ଷା କରୁଛୁ ଏବଂ ଆଷ୍ଟ୍ରା ଜେନେକା ପୁନର୍ବାର ପରୀକ୍ଷା ଆରମ୍ଭ ନକରିବା ପର୍ଯ୍ୟନ୍ତ ଭାରତରେ ପରୀକ୍ଷଣକୁ ବିରାମ ଦେଉଛୁ।