ନୂଆଦିଲ୍ଲୀ, ମଇ ୨୩-୫ (ଓଡ଼ିଆ ପୁଅ) : ଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ପୁଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ଜେଏମ୍ ପାଣ୍ଡେଙ୍କର କରୋନାଭାଇରସରେ ମୃତ୍ୟୁ ଘଟିଛି। ଏ ନେଇ ଦିଲ୍ଲୀର ଜଣେ ବରିଷ୍ଠ ଡାକ୍ତର ତଥା ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇଜେସ୍ ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ସଙ୍ଗିତା ରେଡ୍ଡୀ ଏକ ଟୁଇଟ୍ ଜରିଆରେ ଏହି ଖବର ସେୟାର କରିଛନ୍ତି।
ସୂଚନାଯୋଗ୍ୟଯେ, ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନାରେ ୨୦୮ ମୃତ୍ୟୁ ହୋଇଛି ଏବଂ ୧୨,୩୧୯ ଜଣ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୁଜୁରାଟ ପରେ ଏହା ଦେଶର ଚତୁର୍ଥ କ୍ଷତିଗ୍ରସ୍ତ ରାଜ୍ୟ।
Deeply saddened to hear that today @covid19 claimed it's most illustrious victim Dr. J.N Pande Director & Prof of Pulmonology @aiims_newdelhi
A stalwart of the medical world his work in pulmonology will continue to ensure better health for manyMy Condolences to his family
pic.twitter.com/ByE83ikItS — Dr. Sangita Reddy (@drsangitareddy) May 23, 2020