Odiapua.com

ଆତଙ୍କିଙ୍କ ମା”ଙ୍କୁ ଚରମ ଚେତାବନୀ:ପିଲାଙ୍କୁ ସର୍ପପଣ କରାଅ;ନଚେତ ସିଧା ଜହନମ୍ !

ପୁଲୱାମା ଆକ୍ରମଣ କରାଇଥିବା କାଶ୍ମୀରର ଜୈସ ନେତୃତ୍ୱ ୧୦୦ ଘଣ୍ଟା ଭିତରେ ନିପାତ:ସେନା
ନୂଆଦିଲ୍ଲୀ: ଭାରତୀୟ ସେନା,ସିଆରପିଏଫ ଏବଂ ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମଙ୍ଗଳବାର ଦିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି,ପୁଲୱାମା ଆକ୍ରମଣ କରାଇଥିବା ମାଷ୍ଟର ମାଇଣ୍ଡ ସମେତ ଜୈସ-ଏ-ମୋହମ୍ମଦର ଅନେକ ନେତୃତ୍ୱ ଏବଂ ଘାଟିରେ ଉପସ୍ଥିତ ଅନେକ ଆତଙ୍କବାଦୀଙ୍କୁ ୧୦୦ ଘଣ୍ଟା ଭିତରେ ନିପାତ କରାଯାଇଛି।ସେନା ପକ୍ଷରୁ କୁହାଯାଇଛି,ପାକିସ୍ଥାନ ଆତଙ୍କି ସଙ୍ଗଠନ ଜୈସ-ଏ-ମୋହମ୍ମଦ ପକ୍ଷରୁ ଏହି ଆତଙ୍କି ମାନଙ୍କୁ ନିୟନ୍ତ୍ରିତ କରାଯାଇଥିଲା।ତେବେ ଏହା ସହ ଭାରତୀୟ ସେନା ପକ୍ଷରୁ ଜାମ୍ମୁ କାଶ୍ମୀରର ପଥଭ୍ରଷ୍ଟ ହୋଇ ଆତଙ୍କି ପାଲଟି ଯାଇଥିବା ଯୁବକ ମାନଙ୍କ ଉଦ୍ଦେଶ୍ୟରେ ଚରମ ଚେତାବନୀ ଦିଆଯାଇଛି।ସେନା ପଥଭ୍ରଷ୍ଟ ହୋଇ ଯାଇଥିବା ଆତଙ୍କି ଯୁବକ ମାନଙ୍କର ମା” ମାନଙ୍କୁ ଆହ୍ୱାନ କରି କହିଛି, ମା” ମାନେ ସେମାନଙ୍କ ପିଲାଙ୍କର ଆତ୍ମ ସମର୍ପଣ କରାନ୍ତୁ।ନଚେତ ଧରା ପଡ଼ିଲେ ଜଣେ ଆତଙ୍କବାଦୀ ସହ ଯାହା କରାଯାଏ ତାହା ହିଁ କରାଯିବ।ସିଧା ଜହନମ୍ /ନର୍କ (ମୃତ୍ୟୁ)!

ସେହପରି ଜାମ୍ମୁକାଶ୍ମୀରର ବିକାନୋର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି, ବିକାନେର ରାଜସ୍ୱ ସୀମାରେ ରହୁଥିବା ପାକିସ୍ଥାନ ନାଗରିକ ୪୮ ଘଣ୍ଟା ଭିତରେ ସୀମା ଛାଡ଼ନ୍ତୁ।ଏହି ଅଞ୍ଚଳ ପାକିସ୍ଥାନର ଅତି ସୀମାନ୍ତବର୍ତ୍ତି ହୋଇଥିବା କାରଣରୁ ପାକିସ୍ଥାନ ପକ୍ଷରୁ ଏଠାରେ ଗମ୍ଭୀର ବିପଦ ଥିବା ଅନୁମାନ କରାଯାଇ ଏପରି ନିଷେଧାଦେଶ ଜାରି କରାଯାଇଛି।/ଦେବଦତ୍ତ