Odiapua.com

ଆତ୍ମ- ଘୋଷିତ ଗଡମ୍ୟାନ୍ ନିତ୍ୟାନନ୍ଦ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ‘ରିଜର୍ଭ ବ୍ୟାଙ୍କ ଅଫ୍ କୌଳାଶ’

ନୂଆ ଦିଲ୍ଲୀ ଅଗଷ୍ଟ ୧୮ (ଓଡ଼ିଆ ପୁଅ) ବଳାତ୍କାର ଓ ବନ୍ଦୀ ବନାଉଥିବା ଅଭିଯୋଗରେ ଆତ୍ମ ଘୋଷିତ ଗଡମ୍ୟାନ ନିତ୍ୟାନନ୍ଦ ଘୋଷଣା କରିଛନ୍ତି ଯେ ସେ ‘ରିଜର୍ଭ ବ୍ୟାଙ୍କ ଅଫ୍ କୌଳାଶ’ ପ୍ରତିଷ୍ଠା କରିବାକୁ ଯାଉଛନ୍ତି।

୨୦୧୦ ରେ ନିତ୍ୟାନନ୍ଦଙ୍କ ଉପରେ ବଳାତ୍କାର ଅଭିଯୋଗ ଆସିଥିଲା। ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା

ସୂଚନାଯୋଗ୍ୟଯେ, ନିତ୍ୟାନନ୍ଦଙ୍କ ବିରୋଧରେ ଅନେକ ଅଭିଯୋଗ ଅଛି। ତାଙ୍କ ଆଶ୍ରମରେ ରହୁଥିବା ଶିଶୁଙ୍କ ସହିତ ତାଙ୍କର ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ନିତ୍ୟାନନ୍ଦ ଉପରେ ନଜର ରଖାଯାଇଥିଲା।

ତେବେ ମିରର ନାଓ ରେ ପ୍ରକାଶିତ ଖବର ଅନୁଯାୟୀ, ନିତ୍ୟାନନ୍ଦ ‘ରିଜର୍ଭ ବ୍ୟାଙ୍କ ଅଫ୍ କୌଳାଶ’ ନାମକ ଏକ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି। ଖବର ଅନୁଯାୟୀ ଗଣେଶ ଚଚୁର୍ଥୀ ଦିନ ଏହି ବ୍ୟାଙ୍କର ନୂତନ ମୁଦ୍ରା ଘୋଷଣା କରାଯିବ।

ସୂଚନାଯୋଗ୍ୟଯେ, ନିତ୍ୟାନନ୍ଦଙ୍କ ବିରୁଦ୍ଧରେ ଇଣ୍ଟରପୋଲ ଏକ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିବା ବେଳେ ଗଡମ୍ୟାନ ଏବେ ତାଙ୍କର ଭବିଷ୍ୟତ ଯୋଜନା କରୁଛନ୍ତି।

ଖବର ଅନୁଯାୟୀ, କରୋନାଭାଇରସ ମହାମାରୀ କାରଣରୁ ନିତ୍ୟାନନ୍ଦଙ୍କ ମାମଲାର ଶୁଣାଣି ବନ୍ଦ ହୋଇଯାଇଛି କିନ୍ତୁ ନିତ୍ୟାନନ୍ଦଙ୍କ ବଳାତ୍କାର ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସରେ କର୍ଣ୍ଣାଟକରେ ହେବ।

କିନ୍ତୁ ଅପର ପକ୍ଷରେ – ଏକ ଭିଡ଼ିଓରେ ସେ ଏହି ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିବା ଏବଂ ଏହାର ଅର୍ଥନୈତିକ ନୀତି ପ୍ରସ୍ତୁତ ବୋଲି ଘୋଷଣା କରୁଥିବା ଶୁଣିବାକୁ ମିଳୁଛି।

ଆତ୍ମ ଘୋଷିତ ଗଡ଼ମ୍ୟାନ ନିତ୍ୟାନନ୍ଦ କହୁଛନ୍ତିଯେ, ଗଣପତିଙ୍କ ଅନୁଗ୍ରହରେ ରିଜର୍ଭ ବ୍ୟାଙ୍କ ଅଫ୍ କୈଳାଶର ମୁଦ୍ରାର ସମସ୍ତ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରିବାକୁ ଯାଉଛୁ, ଏହା ସବୁ ଏବେ ପ୍ରସ୍ତୁତ। ସମସ୍ତ ଆଇନଗତ ପ୍ରୋଟୋକଲ୍ ଅନୁସରଣ କରାଯାଇଛି।

ବଳାତ୍କାର ଅଭିଯୁକ୍ତ ଯିଏ ପ୍ରାୟ ୫୦ଟି କୋର୍ଟର ଶୁଣାଣିରେ ହାଜର ହୋଇନାହାଁନ୍ତି, ସେ ଭିଡିଓରେ ଆନନ୍ଦିତ ହୋଇଥିବାର ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେ ଅର୍ଥନୈତିକ ନୀତି, ମୁଦ୍ରା ବିନିମୟ ଏବଂ ଏହାର ବ୍ୟବହାର ସମ୍ବନ୍ଧୀୟ ୩୦୦ ପୃଷ୍ଠାର ଡକ୍ୟୁମେଣ୍ଟ ପ୍ରସ୍ତୁତ ଅଛି। ଗଡମ୍ୟାନ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏକ ଦେଶ ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି ଯାହା କୈଳାଶ ରିଜର୍ଭ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ରାଜି ହୋଇଛି ଏବଂ ଏହା ଆଇନଗତ ଅଟେ। ବଳାତ୍କାର ଅଭିଯୁକ୍ତ ଆହୁରି ମଧ୍ୟ କହିଛନ୍ତି ଯେ କୈଳାଶର ରିଜର୍ଭ ବ୍ୟାଙ୍କ ଆଇନଗତ ଭାବରେ ପ୍ରତିଷ୍ଠିତ ହୋଇସାରିଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ୨୦୧୦ ରେ ନିତ୍ୟାନନ୍ଦଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଜାମିନ ମିଳିଛି। ତେବେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରା ଫେବୃଆରୀ ୫, ୨୦୨୦ ସୁଦ୍ଧା ଜାମିନ ବାତିଲ କରାଯାଇଛି। ଚଳିତ ବର୍ଷ ଫେବୃଆରୀରେ ଆଧ୍ୟାତ୍ମିକ ଭ୍ରମଣରେ ସେ ଯାଇଥିବା ବିଶ୍ୱାସ କୁହାଯାଉଛି। ଆତ୍ମ-ଘୋଷିତ ଗଡମ୍ୟାନ ମଧ୍ୟ ତାଙ୍କ ଗୁଜୁରାଟ ଆଶ୍ରମରେ ପିଲାମାନଙ୍କୁ ବେଆଇନ ଭାବେ ବନ୍ଦୀ କରିଥିବା ଅଭିଯୋଗ ହୋଇଛି।

https://www.youtube.com/watch?v=qBH3iBCFTl0