Odiapua.com

ଭାରତୀୟ ସେନାରେ ମହିଳା ଅଫିସରଙ୍କୁ ସ୍ଥାୟୀ କମିସନ (ପରମାନେଣ୍ଟ କମିସନ) ପ୍ରଦାନ କରିବାକୁ ଚୟନ କମିଟି (ସିଲେକ୍ସନ ବୋର୍ଡ)ର କାର୍ଯ୍ୟ ଆରମ୍ଭ

ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) ଭାରତୀୟ ସେନାରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିସନ (ପରମାନେଣ୍ଟ କମିସନ)ପ୍ରଦାନ କରିବା ସକାଶେ ଚୟନ କରିବାକୁ ଗଠିତ ହୋଇଥିବା ୫ଟି ଚୟନ କମିଟି (ସିଲେକ୍ସନ ବୋର୍ଡ) ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ସେନା ମୁଖ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛି। ଜଣେ ବରିଷ୍ଠ ଅଫିସରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବୋର୍ଡରେ ବ୍ରିଗେଡିୟର ପାହ୍ୟାର ଜଣେ ମହିଳା ଅଫିସର ଅଛନ୍ତି। ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ସକାଶେ ଏହାକୁ ମହିଳା ଅଫିସରମାନେ ମଧ୍ୟ ଦେଖିପାରିବେ।

ଏହି ପ୍ରକ୍ରିୟାରେ ଚୟନ ହେଉଥିବା ମହିଳା ଅଫିସରମାନଙ୍କୁ ପରମାନେଣ୍ଟ କମିସନ ପ୍ରଦାନ କରାଯିବ, ତେବେ ଏହା ଗ୍ରହଣୀୟ ସ୍ୱାସ୍ଥ୍ୟ ବର୍ଗରେ ରହୁଥିବା ଆବଶ୍ୟକ।