Odiapua.com

ଅଲାରନାଥ ପୀଠରେ ୧୪୪ ଧାରା – ଭକ୍ତଙ୍କୁ ଦର୍ଶନ ମନା

ପୁରୀ ୬/୬ (ଓଡ଼ିଆ ପୁଅ) କାଲି ବିନା ଭକ୍ତରେ ସରିଛି ମହାପର୍ଭୁଙ୍କର ସ୍ନାନ ଯାତ୍ରା। ଅଣସର ଗୃହକୁ ଗଲେ ଚତୁର୍ଦ୍ଧା ମୂର୍ତ୍ତି। ଜ୍ୱରରେ ପୀଡିତ ତିନି ଠାକୁର। କିନ୍ତୁ କୋରୋନା ପାଇଁ ଅଲାରନାଥ ପୀଠରେ ଦର୍ଶନ ଉପରେ କଟକଣା ଜାରୀ କରାଯାଇଛି। ସ୍ୱଳ୍ପ ସେବାୟତଙ୍କୁ ନେଇ ନୀତିକାନ୍ତି ହେବ। ଏ ନେଇ ପ୍ରଶାସନ ଓ ସେବାୟତ ନିଯୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୨୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅଲାରନାଥ ମନ୍ଦିରରେ ୧୪୪ ଧାରା ଜାରୀ କରାଯାଇଛି ଏହି ସମୟରେ ଭକ୍ତଙ୍କୁ ଦର୍ଶନ ମନା ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

କୁହାଯାଏଯେ, ଅଣସର ସମୟରେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ।

ଶ୍ରୀ ଚୈତନ୍ୟ ଦେବ ମହାପ୍ରଭୁଙ୍କୁ ଏଠାରେ ଦର୍ଶନ ନକରିପାରିବା ଯୋଗୁଁ ଦୈବି ବାଣୀରେ ଚୈତନ୍ୟଙ୍କୁ ସୂଚନା ମିଳିଥିବା ଯେ ମୋତେ ତୁମେ ଅଲାରନାଥରେ ଦର୍ଶନ କଲେ ମୋ ଦର୍ଶନ ପାଇପାରିବ। ଅନବସର ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଦର୍ଶନ କରିବାକୁ ଏଠାକୁ ଆସିଥାନ୍ତି। କିନ୍ତୁ କରୋନା କଟକଣା କାରଣରୁ ଏଠାରେ ୧୪୪ ଧାରା ଜାରୀ କରାଯାଇଛି।