Odiapua.com

ଅନ୍‌ଲକ୍ ୨ ରେ ବିଦ୍ୟାଳୟ ଖୋଲିବ କି ନାହିଁ ? ଜାଣନ୍ତୁ କ’ଣ ନିର୍ଦ୍ଦେଶାବଳୀ

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଆସନ୍ତା କାଲି ସରୁଛି ଅନ୍‌ଲକ୍‌ ୧। ଆରମ୍ଭ ହେବ ଅନ୍‌ଲକ୍‌ ୨। ତେବେ ବିଦ୍ୟାଳୟ, କଲେଜ, ଶିକ୍ଷା ଏବଂ କୋଚିଂ ଅନୁଷ୍ଠାନ ୩୧ ଜୁଲାଇ, ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିବ। – ଅନଲାଇନ୍ ଶିକ୍ଷା ଅନୁମତି ଜାରି ରହିବ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡିକ ୧୫ ଜୁଲାଇ, ୨୦୨୦ ରୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ, ଯେଉଁଥି ପାଇଁ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (DoPT) ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର୍ (SOP) ଜାରି କରାଯିବ।