Odiapua.com

ରାଜ୍ୟରେ ଜୁଲାଇ ୩୧ ଯାଏଁ ସ୍କୁଲ, କଲେଜ କୋଚିଂ ସେଣ୍ଟର ବନ୍ଦ

ଭୁବନେଶ୍ୱର ୧-୬ (ଓଡ଼ିଆ ପୁଅ) : ଜୁଲାଇ ୩୧ ତାରିଖ ଯାଏ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଗଣମାଧ୍ୟମକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ସୂଚନାଯୋଗ୍ୟଯେ, ପୂର୍ବରୁ ଜୁନ୍‌ ୧୭ରେ ରାଜ୍ୟରେ ସ୍କୁଲ, କଲେଜ ଖୋଲିବା ନେଇ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଆଗକୁ ଦେଶରେ କରୋନା ସଂକ୍ରମଣକୁ ଲକ୍ଷରେ ରଖି ଜୁଲାଇ ମାସରେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ।

ତେବେ, ଏହା ଉପରେ ସ୍ପଷ୍ଟଭାବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି।