Odiapua.com

ମହାମାରୀ ଶେଷ ହେବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସାମୁହିକ ରୋଷେଇ ବନ୍ଦୋବସ୍ତ କର : ସୁପ୍ରିମକୋର୍ଟ

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ମହାମାରୀ ପରିସ୍ଥିତି ଜାରି ରହିବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କ ପାଇଁ ସାମୁହିକ ରୋଷେଇ ଚଳାଇବାକୁ ସୁପ୍ରିମ କୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ଅପର ପକ୍ଷରେ କୋର୍ଟ ଆଜି ଅନ୍ୟଏକ ଗୁରୁତ୍ତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ରାଜ୍ୟରେ ୩୧ ଜୁଲାଇ ସୁଦ୍ଧା ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ ବ୍ୟବସ୍ଥା ଲାଗୁ କରିବାକୁ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି।

ସୂଚନାଯୋଗ୍ୟଯେ, ଏହା ବର୍ତ୍ତମାନ କେବଳ ୧୭ ଟି ରାଜ୍ୟରେ ଲାଗୁ କରାଯାଇଛି। ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ, ମହାରାଷ୍ଟ୍ର ଭଳି ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିନାହାଁନ୍ତି।

ଏହା ବ୍ୟତୀତ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧରେ ଏକ ‘ବଡ ଆଦେଶ’ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଜୁଲାଇ ୩୧ ସୁଦ୍ଧା ଅଣସଂଗଠିତ ତଥା ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ପୋର୍ଟାଲ ଲଞ୍ଚ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ।

ଏତଦ୍ ବ୍ୟତୀତ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଜୁଲାଇ ୨୦୨୧ ସୁଦ୍ଧା ସମସ୍ତ ରାଜ୍ୟରେ ୱାନ ନେସନ ୱାନ ରେସନ ଯୋଜନା କାର୍ଯ୍ୟକାରୀ କରିବା ଉଚିତ।

ଏହା ସହିତ ରାଜ୍ୟମାନଙ୍କୁ ଅତିରିକ୍ତ ଖାଦ୍ୟ ଶସ୍ୟ ବଣ୍ଟନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଉଥିବାବେଳେ କୁହାଯାଇଛି ଯେ ରାଜ୍ୟଗୁଡ଼ିକ ପ୍ରବାସୀମାନଙ୍କୁ ଶୁଷ୍କ ରାସନ ବଣ୍ଟନ ପାଇଁ ଏକ ଯୋଜନା ଆଣିବା ଉଚିତ୍।