Odiapua.com

SBI ଗ୍ରାହାକମାନଙ୍କ ପାଇଁ ବଡ଼ ଉପହାର! ଏବେ କେତେ କମିଯିବ ଆପଣଙ୍କ ହୋମ, ପର୍ସନାଲ ଏବଂ ଅଟୋ ଲୋନ EMI ଜାଣନ୍ତୁ

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ State Bank of India (SBI) ନିଜର ଗ୍ରାହାକମାନଙ୍କ ପାଇଁ ବଡ଼ ଘୋଷଣା କରିଛି। ବ୍ୟାଙ୍କ MCLR ରେ ହ୍ରାସ କରିଛି। ବ୍ୟାଙ୍କ ତରଫରୁ ଜାରୀ ବୟାନରେ କୁହାଯାଇଛି କି ସମସ୍ତ ଅବଧି ପାଇଁ ଏମସିଏଲଆରରେ ହ୍ରାସ କରାଯିବ। MCLR ରେ ୧୦ ବେସିସ ପଏଣ୍ଟ ଅର୍ଥାତ୍ ୦.୧୦ପ୍ରତିଶତର ହ୍ରସ କରାଯିବ। ଏବେ ୧ ବର୍ଷର MCLR ର ସୁଧ ଦର ୮.୨୫ପ୍ରତିଶତ ରୁ କମ ହୋଇ ୮.୧୫ ପ୍ରତିଶତ ହୋଇଯାଇଛି। ନୂଆ ଦର ୧୦ ସେପ୍ଟେମ୍ବରରୁ ଲାଗୁ ହେବ। ଅର୍ଥାତ ଏହା ସ୍ପଷ୍ଟ କି ବ୍ୟାଙ୍କ ଏମସିଏଲଆର କମ କରିଦେଇଛି। ତା’ ପରେ ଆପଣ ଯଦି ହୋମ, ଅ ଟୋ (SBI Loan Products) ଏବଂ ପର୍ସନାଲ ଲୋନ ନେବାକୁ ଭାବୁଛନ୍ତି ତେବେ ଆପଣଙ୍କପାଇଁ ଖୁସିର ଖବର। ଆପଣ ଯଦି ଏହି ବ୍ୟାଙ୍କର ବର୍ତ୍ତମାନର ଗ୍ରାହକ ଅଟନ୍ତି ତେବେ ମଧ୍ୟ ଆପଣଙ୍କର ସୁଧ ଦରରେ ଫାଇଦା ମିଳିବ।

କେତେ କମ ହେବ ଆପଣଙ୍କ EMI

RBI ଦ୍ଵାରା ରେପୋ ରେଟରେ ହ୍ରାସ କରାଯିବା ପରେ SBI MCLR ଉପରେ ଆଧାରିତ ଲୋନର ଦର କମ କରିଦେଇଛି। ଏବେ ପ୍ରତ୍ୟେକ ମାସରେ EMI ଉପରେ ୦.୧୦% ପର୍ଯ୍ୟନ୍ତ ଶସ୍ତା ହେବ।

MCLR ର କମ ହେବାରୁ ଆପଣଙ୍କୁ ମିଳିବ ସିଧା ଫାଇଦା

ଆପଣଙ୍କୁ କୁହାଯାଇପାରେଯେ, ବ୍ୟାଙ୍କ ଦ୍ଵାରା MCLR ବଢ଼ାଯିବା କିମ୍ବା କମ କରାଯିବା କରଣରୁ ଏହାର ପ୍ରଭାବ ନୂଆ ଲୋନ ନେବା ବ୍ୟତୀତ ସେହି ଗ୍ରାହାକମାନଙ୍କ ଉପରେ ମଧ୍ୟ ପଡ଼ିଥାଏ ଯେଉଁମାନେ ଅପ୍ରିଲ ୨୦୧୬ ପରେ ଲୋନ ନେଇଛନ୍ତି।